Categories: ଜାତୀୟ

ୟୁକ୍ରେନ-ରୁଷିଆ ବିବାଦ ଉପରେ ପ୍ରତିକ୍ରିୟା ରଖିଲେ ରାଜନାଥ ସିଂହ

ନୂଆଦିଲ୍ଲୀ,୨୪।୨: ୟୁକ୍ରେନ-ରୁଷ ବିବାଦକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ୟୁକ୍ରେନରେ ଫସି ରହିଥିବା ଛାତ୍ରଙ୍କୁ ନେଇ ସେ ନିଜର ବୟାନ ରଖିଛନ୍ତି। ସେ କହିଛନ୍ତି, ପୂର୍ବରୁ କେନ୍ଦ୍ର ସରକାର ଆଡଭାଇଜରୀ ଜାରି କରିସାରିଛନ୍ତି। କେନ୍ଦ୍ର ସରକାର ସେଠାକୁ ବିମାନ ମଧ୍ୟ ପଠାଇଛନ୍ତି, କିନ୍ତୁ ସେଠାରେ ବିମାନ ଅବତରଣ କରିପାରିନାହିଁ। ସରକାର ଯଥାସମ୍ଭବ ନିଜର ଉଦ୍ୟମ ଜାରି ରଖିଛନ୍ତି। ଅନ୍ୟପଟେ ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କରିବା ନେଇ ରାଜନାଥ ସିଂହ କହିଛନ୍ତି, ପରିସ୍ଥିତି ଏବେ ଭୟଙ୍କର ରହିଛି। ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ଭାରତ ଶାନ୍ତି ଚାହୁଁଛି, ଏହାକୁ ଆଲୋଚନା ମାଧ୍ୟମରେ ସମାଧାନ କରାଯିବା ଉଚିତ୍‌। ଯୁଦ୍ଧ ମାଧ୍ୟମରେ ନୁହେଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି।

Share