ନୂଆଦିଲ୍ଲୀ,୨୦।୪: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କରୋନା ସଂକ୍ରମିତ ହୋଇଛନ୍ତି। ସୂଚନାନୁସାରେ, ପ୍ରତିରକ୍ଷା ମନ୍ତ୍ରୀଙ୍କୁ ବର୍ତ୍ତମାନ କ୍ୱାରାଣ୍ଟାଇନରେ ରଖାଯାଇଛି। ଡାକ୍ତରଙ୍କ ଏକ ଟିମ ତାଙ୍କୁ ପରୀକ୍ଷା କରି ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ବୁଧବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦିଲ୍ଲୀର ମାନେକଶା କେନ୍ଦ୍ରରେ ଆୟୋଜିତ କମାଣ୍ଡର ସମ୍ମିଳନୀରେ ସାମିଲ ହୋଇଥିଲେ।
ଅନ୍ୟପକ୍ଷରେ, ଗୁରୁବାର ରାଜନାଥ ସିଂ ନୂଆଦିଲ୍ଲୀରେ ଅନୁଷ୍ଠିତ ଭାରତୀୟ ବାୟୁସେନା କମାଣ୍ଡର ସମ୍ମିଳନୀରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ କରୋନା ପଜିଟିଭ ଆସିବା ପରେ ସେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ ନାହିଁ ।