Categories: ଜାତୀୟ

‘ଆମେ ବିଶ୍ୱକୁ କହିଲୁ ଆତଙ୍କବାଦ ବିରୋଧରେ ଜିରୋ ଟଲରେନ୍ସର ଅର୍ଥ’, ରାଜନାଥ ସିଂ

ଜମ୍ମୁ,୨୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଓ ଇଜିପ୍ଟ ଗସ୍ତ କରି ସ୍ବଦେଶ ଫେରି ଆସିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଯାତ୍ରାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ବିଶ୍ୱ ସ୍ତରରେ ଭାରତର ପ୍ରତିଷ୍ଠା ଓ ସ୍ଥିତି ବୃଦ୍ଧି ହୋଇଛି। ଜମ୍ମୁ ବିଶ୍ୱବିଦ୍ୟାଳୟରେ ଜାତୀୟ ସୁରକ୍ଷା ସମ୍ମିଳନୀକୁ ସମ୍ବୋଧିତ କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଯେତେବେଳେ ଭାରତ କଥା ହୁଏ, ବିଶ୍ୱ ଯତ୍ନର ସହ ଶୁଣେ, କିନ୍ତୁ ଏହା ପୂର୍ବରୁ ହୋଇ ନ ଥିଲା। ସେ କହିଛନ୍ତି ମୋଦି ସରକାରଙ୍କ ଅଧୀନରେ ଅନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିଷ୍ଠା ଏବଂ ସ୍ଥିତି ବୃଦ୍ଧି ପାଇଛି। ପୂର୍ବରୁ ଯେତେବେଳେ ଭାରତ ଅନ୍ତର୍ଜାତୀୟ ଫୋରମରେ କିଛି କହୁଥିଲା, ସେତେବେଳେ ଏହାକୁ ଏତେ ଗୁରୁତ୍ୱ ଦିଆଯାଇ ନ ଥିଲା।
ସେ କହିଛନ୍ତି ଯେ ନରେନ୍ଦ୍ର ମୋଦି ୨୦୧୪ରେ କ୍ଷମତା ଗ୍ରହଣ କରିବା ପରେ ପରିସ୍ଥିତି ବଦଳିଛି। ଗତ କିଛି ବର୍ଷ ମଧ୍ୟରେ ବିଶ୍ୱର ସମସ୍ତ ଦେଶରେ ପ୍ରଧାନମନ୍ତ୍ରୀଙ୍କ ବଢୁଥିବା ବିଶ୍ୱସନୀୟତା ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଗୋଟିଏ ଦେଶର ପ୍ରଧାନମନ୍ତ୍ରୀ ତାଙ୍କୁ ‘ବସ’ ବୋଲି କହିଥିବାବେଳେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ମୋଦି ଏତେ ଲୋକପ୍ରିୟ ଲୋକମାନେ ତାଙ୍କଠାରୁ ଅଟୋଗ୍ରାଫ ନେବାକୁ ଚାହାଁନ୍ତ।

Share