ମସ୍କୋରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ, ହାତ ମିଳାଇବାକୁ ବଢାଇବାରୁ ଏମିତି ଦେଲେ ଉତ୍ତର

ମସ୍କୋ,୩।୯: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସାଂଘାଇ ସହଯୋଗ ସଂଗଠନ(ଏସ୍‌ସିଓ)ରେ ଯୋଗ ଦେବାକୁ ପାଇଁ ବୁଧବାର ମସ୍କୋରେ ପହଞ୍ଚିଛନ୍ତି। ଏଠାରେ ସେ ରୁଷର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁଙ୍କୁ ଭେଟି ଦ୍ୱିପାକ୍ଷୀୟ ସହଯୋଗ ବଢାଇବା ନେଇ ଆଲୋଚନା କରିବେ। ଏହି ସମୟରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଏକ ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ମସ୍କୋରେ ପହଞ୍ଚିବା ପରେ ଭାରତର ତିନି ସେନାର ଅଧିକାରୀମାନେ ତାଙ୍କୁ ସ୍ବାଗତ କରିବାକୁ ସେଠାରେ ଉପସ୍ଥିତ ଥିଲେ। ଏହି ସମୟରେ ସିଂ ପ୍ରଥମେ ବାୟୁସେନା ଅଧିକାରୀଙ୍କୁ ଭେଟିଥିଲେ। ଦୁହେଁ ପରସ୍ପରକୁ ଅଭିବାଦନ ଜଣାଇଥିଲେ। ହଠାତ୍‌ ଜଣେ ଅଧିକାରୀ ତାଙ୍କ ହାତକୁ ଆଗକୁ ବଢାଇଥିଲେ, ପ୍ରତିରକ୍ଷା ମନ୍ତ୍ରୀ ତାଙ୍କୁ ନମସ୍କାର କରି ସେନା ଏବଂ ନୌସେନା ଅଧିକାରୀଙ୍କ ନିକଟକୁ ଯାଇଥିଲେ। ସୂଚନାଯୋଗ୍ୟ, ଏସସିଓ ସଦସ୍ୟ ଦେଶର ସମସ୍ତ ଆଠଜଣ ପ୍ରତିରକ୍ଷା ମନ୍ତ୍ରୀ ଆତଙ୍କବାଦ, ଉଗ୍ରବାଦ ଏବଂ ଆଞ୍ଚଳିକ ସୁରକ୍ଷା ଆହ୍ବାନ ଉପରେ ଆଲୋଚନା କରିବେ।

Share