ଜୀ-ସାର୍ଥକର ବିବାହ ମହୋତ୍ସବ ଧାରାରେ ସାମିଲ ହୋଇଛି ଅନ୍ୟତମ ଲୋକାପ୍ରିୟ ରିଆଲିଟି ଶୋ’ ‘ଦିଦି ନଂ-୧’ । ଏହି ସପ୍ତାହ ଦିଦି ନଂ-୧ରେ ଦିଦିମାନେ ସେମାନଙ୍କର ବୈବାହିକ ଜୀବନର ତିକ୍ତ-ମଧୁର ସମ୍ପର୍କ ବିଷୟରେ ଆଲୋଚନା କରୁଛନ୍ତି। ନିଜର ସ୍ବତନ୍ତ୍ର ଦିନର ସ୍ମୃତି ଚାରଣ କରୁଛନ୍ତି ।
ଏହି ଶୋ’ରେ ଅଂଶଗ୍ରହଣ କରୁଥିବା ପ୍ରତିଯୋଗୀ ସେମାନଙ୍କ ସ୍ବାମୀମାନଙ୍କ ସହ ଶିଖାଇବେ ସ୍ବାମୀ-ସ୍ତ୍ରୀ ସମ୍ପର୍କର ଠିକ୍ ପରିଭାଷା। ସମ୍ପୂର୍ଣ୍ଣ ମନୋରଞ୍ଜନଭିତ୍ତିକ ଏବଂ ଲୋକପ୍ରିୟ ଏହି କାର୍ଯ୍ୟକ୍ରମକୁ ଉପସ୍ଥାପନା କରୁଛନ୍ତି ଅଭିନେତ୍ରୀ ଲିପି ମହାପାତ୍ର। ଲୋକପ୍ରିୟ ଓଡ଼ିଆ ଚାନେଲ ଜୀ-ସାର୍ଥକରେ ସୋମବାରରୁ ରବିବାର ସନ୍ଧ୍ୟା ୫ ଟାରେ ପ୍ରସାରିତ ‘ଦିଦି ନଂ – ୧ର ସିଜନ୍ – ୨’ କାର୍ଯ୍ୟକ୍ରମଟି ବେଶ୍ ଦର୍ଶକାଦୃତ ହେଉଛି।