ଜଙ୍ଗଲ ନଷ୍ଟକରି କଂକ୍ରିଟ ପିଲାର ନିର୍ମାଣ

ଦେବଗଡ଼,୨୨ା୬(ଶଶାଙ୍କ ଶେଖର ଝାଙ୍କର)କୋରଡକୋଟ ସଂରକ୍ଷିତ ଜଙ୍ଗଲରେ ଜନସ୍ବାସ୍ଥ୍ୟ ବିଭାଗ ତରଫରୁ ବେଆଇନ ଭାବେ ଜେସିବି ବ୍ୟବହାର କରି ଜଙ୍ଗଲ ନଷ୍ଟ କରି କଂକ୍ରିଟ ପିଲର ନିର୍ମାଣ କରାଯାଉଛି। କୋରଡକୋଟ ଜଳ ପ୍ରପାତରୁ ପାଣି ନେବା ପାଇଁ କାର୍ଯ୍ୟ ପ୍ରସ୍ତୁତି ଚାଲିଛି । ସରକାରୀ ନିୟମ ଅନୁସାରେ ସଂରକ୍ଷିତ ଜଙ୍ଗଲରେ କୌଣସି ପ୍ରକାର ସ୍ଥାୟୀ ନିର୍ମାଣ ହେବା କଥା ନୁହେଁ । କିନ୍ତୁ ଜନସ୍ବାସ୍ଥ୍ୟ ବିଭାଗ ଆଇନ ଉଲ୍ଲଂଘନ କରି ସେଠାରୁ ପାଣି ନେବା ପାଇଁ ସ୍ଥାୟୀ ଭାବେ ଯୋଜନା ପ୍ରସ୍ତୁତ କରୁଛି। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।
ଦେବଗଡର କୋରଡକୋଟ ସଂରକ୍ଷିତ ଜଙ୍ଗଲ ଏକ ଐତିହାସିକ ପର୍ଯ୍ୟଟନ ସ୍ଥଳୀ। ଅତୀତରେ ବାମଣ୍ଡା ରାଜା ସଚ୍ଚିଦାନନ୍ଦଙ୍କ ସମୟରେ ଜଳପ୍ରପାତ ପାଣିକୁ ବ୍ୟବହାର କରି ଏକ ଜଳ ବିଦ୍ୟୁତ କେନ୍ଦ୍ର ସ୍ଥାପନ କରାଯାଇଥିଲା। ଏଥିରୁ ଦେବଗଡ ସହରକୁ ବିଜୁଳି ଯୋଗାଣ ହେଉଥିଲା। ଏଡାକୁ ଏସିଆ ମହାଦେଶର ଦ୍ୱିତୀୟ ଜଳବିଦ୍ୟୁତ୍‌ କେନ୍ଦ୍ର ଭାବରେ ଗଣା ଯାଏ । ଅନ୍ୟପକ୍ଷରେ ୨୦୧୬ ମସିହାରେ ତତ୍କାଳୀନ ଜିଲାପାଳ ଗୁହା ପୁନମ ତାପସ କୁମାର କୋରଡକୋଟରେ ଉକ୍ତ ବିଦ୍ୟୁତ୍‌ ପ୍ରକଳ୍ପର ଶତବାର୍ଷିକ ପାଳନ କରାଯାଇଥିଲା। ଉକ୍ତ ଐତିହାସିକ ପ୍ରକଳ୍ପରୁ ସେ ସମୟରେ ଟରବାଇନ ଦ୍ୱାରା କିପରି ବିଦ୍ୟୁତ୍‌ ବାହାରୁଥିଲା ଏବଂ ଦେବଗଡ ବାସୀ ବ୍ୟବହାର କରୁଥିଲେ ଏବଂ ସେହି ସ୍ଥାନରେ ଉକ୍ତ ପ୍ରକଳ୍ପର ପୁନରୁଦ୍ଧାର ନକରି ଜଙ୍ଗଲ ଓ ପରିବେଶ ନଷ୍ଟ କରିବାକୁ ଲୋକେ ସାଧାରଣରେ ଗ୍ରହଣ କରି ପାରୁ ନାହାନ୍ତ। ବର୍ତ୍ତମାନ ସେହି କୋରଡକୋଟ ଜଳପ୍ରପାତର ପାଣିକୁ ନିକଟବର୍ତ୍ତୀ ଅଞ୍ଚଳର ଚାଷୀମାନେ ଚାଷ ବଗିଚା କାର୍ଯ୍ୟରେ ବ୍ୟବହାର କରୁଛନ୍ତି। ଏହି ପ୍ରକଳ୍ପ ହେଲେ ଗରିବ ଚାଷୀଙ୍କ ଚାଷ କାର୍ଯ୍ୟ ଉଜୁଡି ଯିବ। କୋରଟକୋଟ ଜଳ ପ୍ରପାତର ଜଳପାନ କରି ବର୍ଷସାରା ପଶୁ ପକ୍ଷୀ ଜୀବଜନ୍ତୁମାନେ ଜୀବନ ଧାରଣ କରୁଛନ୍ତି। ସେହି ପାଣିକୁ ଅନ୍ୟଥା ବ୍ୟବହାର କଲେ ଜଙ୍ଗଲରେ ଥିବା ଜୀବଯନ୍ତୁ, ବୃକ୍ଷଲତା, ଔଷଧୀୟ ଗୁଳ୍ମ ଆଦି ପାଣି ଅଭାବରେ ବଞ୍ଚିବା କଷ୍ଟକର ହେବ ।
ରାଜ୍ୟ ସରକାର କୋରଡକୋଟ ଜଳପ୍ରପାତକୁ ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ଚିହ୍ନଟ କରିଛନ୍ତି। ଏଣୁ ଏଠାକୁ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହରୁ ଆନେକ ପର୍ଯ୍ୟଟକ ଜଳ ପ୍ରପାତର ମନୋରମ ଦୃଶ୍ୟ ଉପଭୋଗ କରିବା ପାଇଁ ଆସିଥାନ୍ତି। ପୁନଶ୍ଚ କୋରଡକୋଟ ଜଳପ୍ରପାତର ପାଣି ଷୋହଳ ବଖରି କଟାକୁ ଯୋଗାଉଥିବାରୁ ସହରରେ ଥିବା କୂଅ ପୋଖରୀର ଜଳ ରହିଥାଏ ।
ସୂଚନା ଥାଉକି ବ୍ରାହ୍ମଣୀ ନଦୀ ରେଙ୍ଗାଳିଡ୍ୟାମର ଗଚ୍ଛିତ ପାଣି ଦେବଗଡ ସହରରୁ ମାତ୍ର ୧୫ ରୁ ୨୦ କିଲୋମିଟର ଦୂରରେ। କିନ୍ତୁ ତାହା ଦେବଗଡ଼ ପାଇଁ ଉପଯୋଗରେ ଲଗେଇ ପାରୁନାହାନ୍ତି ସରକାର I ଆଗରୁ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ତାହା କାର୍ଯ୍ୟକାରୀ କରୁନାହାନ୍ତି। କିନ୍ତୁ ଏପଟେ ସଂରକ୍ଷିତ ଜଙ୍ଗଲ ଓ ପରିବେଶକୁ ନଷ୍ଟ କରିବାରେ ଲାଗିପଡ଼ିଛି ଜିଲା ପ୍ରଶାସନ। ତେଣୁ ଏହି ସବୁ ସମସ୍ୟା ଦୂର କରିବା ପାଇଁ ସେଠାରୁ ଜଳ ଅନ୍ୟତ୍ର ବ୍ୟବହାର ନ କରିବା ପାଇଁ ଦେବଗଡ ଜନସାଧାରଣ ଦାବି କରିଛନ୍ତି। ଏ ସମ୍ପର୍କରେ ଜନସ୍ବାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ନେତ୍ର ନନ୍ଦ ସାହୁଙ୍କୁ ପଚାରିବାରୁ କୋରଡକୋଟ ଜଳପ୍ରପାତରୁ ବାଲିରଇରେ ନୂତନ ଭାବେ ନିର୍ମିତ ଡାକ୍ତରଖାନାକୁ ପାଣି ଯୋଗାଣ କରିବାକୁ ଆମକୁ ବନ ବିଭାଗ ପକ୍ଷରୁ ଅନୁମତି ମିଳିଛି କହିଥିଲେ। ଫରେଷ୍ଟର ଭୀମସେନ ଶତପଥୀ ଅନୁମତି ଦିଆଯାଇଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ବିଜେଡି ଛାଡିଲେ: ଭାଜପାରେ ଯୋଗଦେଲେ ଦେବେନ୍ଦ୍ର

ରିଷିଡ଼ା,୧୯ା୯/ଭବାନୀପାଟଣା,(ଉତ୍ତମ କୁମାର ଦାଶ/ସୁଶାନ୍ତ ମଲ୍ଲିକ)- କିଛିଦିନ ତଳେ ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ଏହା ପରଠାରୁ ତାଙ୍କ...

ପ୍ରବଳ ବର୍ଷା: ଭୁଶୁଡ଼ିଲା ଘର କାନ୍ଥ

ରିଷିଡ଼ା,୧୯ା୯ (ସୁଶାନ୍ତ ମଲ୍ଲିକ): ପ୍ରବଳ ବର୍ଷା ଯୋଗୁ ମାଟିକାନ୍ଥ ଭୁଶୁଡିପଡ଼ିଲା। ଫଳରେ ପରିବାର ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri