Categories: ଜାତୀୟ

ରାହୁଲ ଗାନ୍ଧୀଙ୍କ ନାଁରେ ନିଜର ସବୁ ସମ୍ପତ୍ତି କରିଦେଲେ ମହିଳା

ଡେରାଡୁନ,୪।୪: ଉତ୍ତରାଖଣ୍ଡର ଜଣେ ମହିଳା ନିଜର ସବୁ ସମ୍ପତ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଁରେ କରିଦେଇଛନ୍ତି। ୭୮ ବର୍ଷୀୟ ଏହି ମହିଳାଙ୍କ ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ଏବଂ ୧୦ ତୋଳା ଅଛି। ଏସବୁ ସେ ରାହୁଲଙ୍କ ନାଁରେ କରିଦେଇଛନ୍ତି। ସମ୍ପୃକ୍ତ ମହିଳା ଜଣଙ୍କ ରାହୁଲ ଗାନ୍ଧୀଙ୍କ ବିଚାର ଦେଶ ପାଇଁ ଜରୁରୀ ବୋଲି କହିଛନ୍ତି। ମହିଳାଙ୍କ କହିବାନୁଯାୟୀ, ରାହୁଲଙ୍କ ବିଚାର ଦ୍ୱାରା ସେ ବେଶ୍‌ ପ୍ରଭାବିତ ହୋଇଛନ୍ତି। ଗାନ୍ଧୀ ପରିବାର ଦେଶ ସ୍ବାଧୀନତା ପାଇଁ ନିଜର ସବୁକିଛି ବଳିଦାନ ଦେଇଛନ୍ତି। ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଦେଶର ଏକତା ଏବଂ ଅଖଣ୍ଡତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ଏହି କାରଣରୁ ସେ ନିଜ ସମ୍ପତ୍ତି ରାହୁଲଙ୍କ ନାଁରେ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଏନେଇ କଂଗ୍ରେସ ମହାନଗର ଅଧ୍ୟକ୍ଷ ଲାଲଚନ୍ଦ ଶର୍ମା କହିଛନ୍ତି, ମହିଳା ଜଣଙ୍କ ନିଜର ସବୁ ସମ୍ପତ୍ତିର କାଗଜପତ୍ର ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ପ୍ରୀତମ ସିଂଙ୍କୁ ତାଙ୍କ ବାସଭବନରେ ଭେଟି ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ଭାବେ ପରାସ୍ତ ହୋଇଥିଲା।

Share