ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀ ଘୋଷଣା ବିଳମ୍ବକୁ ନେଇ ଝଡ଼ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ବୈଠକରେ ବିଜେଡି ବାଲେଶ୍ୱର ଜିଲା ପର୍ଯ୍ୟବେକ୍ଷକ ପ୍ରତାପ ଦେବ ଉପସ୍ଥିତ ଥିବା ବେଳେ ବାଲେଶ୍ୱର ଏମ୍‌ପି ପ୍ରାର୍ଥତ୍ନୀ ଲେଖାଶ୍ରୀ ସାମନ୍ତସିଂହାର ଏବଂ ଜିଲା ସଭାପତି ଅଶ୍ୱିନୀ ପାତ୍ର ଥିଲେ।
ଲୋକ ସଭା ପ୍ରାର୍ଥିନୀ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଦଳର କର୍ମୀ ଓ ନେତାଙ୍କ ସହ ଲେଖାଶ୍ରୀଙ୍କୁ ପରିଚିତ କରାଇବା ପାଇଁ ଜିଲା କମିଟି ସଦସ୍ୟ, ଜିଲାରୁ ଥିବା ରାଜ୍ୟ କମିଟି ସଦସ୍ୟ, ବ୍ଲକ ଓ ଏନ୍‌ଏସିର ଦଳୀୟ ସଭାପତି, ନିର୍ବାଚିତ ଚେୟାରମ୍ୟାନ୍‌, ଜିଲା ପରିଷଦ ସଦସ୍ୟମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଲୋକ ସଭା କ୍ଷେତ୍ରର ଜଳେଶ୍ୱର, ଭୋଗରାଇ, ବସ୍ତା, ବାଲେଶ୍ୱର, ରେମୁଣା, ନୀଳଗିରି ବିଧାନସଭା କ୍ଷେତ୍ରରେ ସମସ୍ତ ଦଳୀୟ ପଦାଧିକାରୀ ଉପସ୍ଥିତ ଥିଲେ। ଜିଲା ପର୍ଯ୍ୟବେକ୍ଷକ ଲେଖାଶ୍ରୀଙ୍କୁ ପରିଚିତ କରାଇବା ସହ ଚଳିତ ନିର୍ବାଚନରେ ବିଜେଡିର ସମସ୍ତ ପ୍ରାର୍ଥୀ ବିଜୟକୁ ନେଇ ମନ୍ତ୍ର ଦେଇଥିଲେ। ଅପରପକ୍ଷରେ ନୀଳଗିରି, ଭୋଗରାଇ ଓ ରେମୁଣା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଘୋଷଣାକୁ ନେଇ ବିଳମ୍ବ ହେଉଥିବା ନେଇ କର୍ମୀମାନେ ପର୍ଯ୍ୟବେକ୍ଷକଙ୍କୁ ପ୍ରଶ୍ନ ପଚାରିଥିଲେ ଏବଂ ଉକ୍ତ ଅଞ୍ଚଳର ଛାମୁଆ ନେତାମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାର ଉତ୍ତରରେ ପର୍ଯ୍ୟବେକ୍ଷକ ପ୍ରତାପ ଦେବ କହିଥିଲେ କି, ବାଲେଶ୍ୱର ଜିଲାରେ ନିର୍ବାଚନ ଶେଷ ପର୍ଯ୍ୟାୟରେ ହେବାର ଅଛି। ଯେଉଁ ଯେଉଁ ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀ ଚୟନ କରାଯାଇନାହଁି ତାହା ଖୁବ୍‌ଶୀଘ୍ର ହେବ। ବିଭିନ୍ନ ରିପୋର୍ଟ ଆଧାରରେ ବିଜୟୀ ସମ୍ଭାବନା ଥିବା ଆଶାୟୀମାନଙ୍କୁ ପ୍ରାର୍ଥତ୍ତ୍ୱ ପ୍ରଦାନ କରାଯିବାର ଦଳ ସମୀକ୍ଷା କରୁଥିବା କହିଥିଲେ।

Share