ସୁବର୍ଣ୍ଣପୁର ବସ୍‌ଷ୍ଟାଣ୍ଡ ନିର୍ମାଣ ବିଳମ୍ବ

ସୋନପୁର,୧୩।୫(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ପୁରୁଣା ବସଷ୍ଟାଣ୍ଡଠାରେ ଓଡିଶା ରାଜ୍ୟ ସଡକ ପରିବହନ ନିଗମ(ଓଏସ୍‌ଆର୍‌ଟିସି) ପକ୍ଷରୁ ଏକ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ନିର୍ମାଣ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଅଗଷ୍ଟ ୨୩ରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହି ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଜିଲାବାସୀଙ୍କ ଏହା ଦୀର୍ଘ ବର୍ଷର ସ୍ବପ୍ନ। ତେବେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବିଳମ୍ବିତ ହେଉଛି। ଭିତ୍ତିପ୍ରସ୍ତର ସ୍ଥାପନର ୮ ମାସ ବିତି ଯାଇଥିଲେ ମଧ୍ୟ କାମ ଆରମ୍ଭ ହୋଇନି। ନୂଆ ବସ୍‌ଷ୍ଟାଣ୍ଡଟି ବର୍ତ୍ତମାନର ପୁରୁଣା ବସ୍‌ଷ୍ଟାଣ୍ଡ ଓ ପୁରୁଣା ଟାଉନ ହଲ ପରିସରରେ ନିର୍ମାଣ ହେବ। ଏଥିପାଇଁ ଜିଲା ପ୍ରଶାସନ ଉକ୍ତ ଜମିକୁ ଓଏସ୍‌ଆର୍‌ଟିସି ନାମରେ ଆବଣ୍ଟିତ କରିଛି। ଜମିରୁ ଷ୍ଟଲ, ପୁରୁଣା ଟାଉନ ହଲ, ଭୀମଭୋଇ କଳାମଣ୍ଡପ ଓ ପୁରୁଣା ଯାତ୍ରୀ ବିଶ୍ରାମଗାରଙ୍କୁ ଭଙ୍ଗାଯାଇଛି। ସର୍ବନିମ୍ନ ମୌଳିକ ସୁବିଧା ନଥିବା ଏହି ବସ୍‌ଷ୍ଟାଣ୍ଡରେ ଏବେ ଯାତ୍ରୀମାନେ ବସ୍‌କୁ ଅପେକ୍ଷା କରିବା ସମୟରେ ଖରା ବର୍ଷାରେ ଅସୁବିଧା ଭୋଗୁଛନ୍ତି। ୪୨ ଡିଗ୍ରୀ ତାପମାତ୍ରାରେ ଛାଇ ପାଇବା ପାଇଁ ଯାତ୍ରୀମାନେ ପିଲାଛୁଆଙ୍କୁ ଧରି ଦୋକାନରେ ଆଶ୍ରୟ ନେଉଛନ୍ତି। ଏହି ବସଷ୍ଟାଣ୍ଡ ନିର୍ମାଣ ପାଇଁ ପୂର୍ବରୁ ୨ଥର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ପରବର୍ତ୍ତୀ ସମୟରେ ଇଟା ଖଣ୍ଡେ ବି ଯୋଡା ଗଲାନି। ତେଣୁ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଆରମ୍ଭ ନ ହେବା ପର୍ଯ୍ୟନ୍ତ ଜିଲାର ସଚେତନ ନାଗରିକ ଆଶା ଆଶଙ୍କାରେ ରହିଛନ୍ତି। କାମ ଶିଘ୍ର ଆରମ୍ଭ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
ନୂତନ ବସ୍‌ଷ୍ଟାଣ୍ଡ ବର୍ତ୍ତମାନର ପୁରୁଣା ବସ୍‌ଷ୍ଟାଣ୍ଡ, ନଳିନୀ ଛକରୁ ବିଜୁ ପଟ୍ଟନାୟକ ଛକ ଓ ଗାନ୍ଧୀ ଷ୍ଟାଡିୟମ ପ୍ରାଚୀର ପର୍ଯ୍ୟନ୍ତ ମ୍ୟୁନିସିପାଲିଟିର ୧୩୧ଟି ଦୋକାନ ଘର(ଷ୍ଟଲ), ଯାତ୍ରୀ ବିଶ୍ରାମଗାର, ପୁରୁଣା ଟାଉନ ହଲ, ଭୀମଭୋଇ କଳାମଣ୍ଡପ ଓ ଶୌଚାଳୟକୁ ଉଚ୍ଛେଦ କରି ସେହି ସ୍ଥାନରେ କରାଯିବାର ଯୋଜନା ରହିଛି। ଜମିରୁ ଉଚ୍ଛେଦ ବିଳମ୍ବ ହେବାରୁ ଟେଣ୍ଡର ଆହ୍ବାନ ବିଳମ୍ବିତ ହୋଇଥିଲା। ପରେ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଲିଃ(ଓବିସିସି) ପକ୍ଷରୁ ଭିତ୍ତିପ୍ରସ୍ତର ସ୍ଥାପନର ବହୁ ବିଳମ୍ବରେ ୨୯ କୋଟି ୨୮ ଲକ୍ଷ ୨ ହଜାର ଟଙ୍କାର ଟେଣ୍ଡର ବିଜ୍ଞପ୍ତି ପ୍ରକାଶ ପାଇଛି। ଭୁବନେଶ୍ୱର ଓବିସିସି ସିଜିଏମ୍‌ଙ୍କ ପକ୍ଷରୁ ଏହି ଟେଣ୍ଡର ଆହ୍ବାନ କରାଯାଇଛି। ନିର୍ବାଚନ ଆଚରଣ ବିଧି ହଟିଲା ପରେ ଏହି ଟେଣ୍ଡର ଖୋଲାଯିବ ଓ ନିର୍ମାଣ କାମ ଆରମ୍ଭ ହେବ ବୋଲି କୁହାଯାଉଛି। ସେହିପରି ୧୫ ମାସ ମଧ୍ୟରେ ଏହି ପ୍ରକଳ୍ପ କାମ ସମ୍ପୂର୍ଣ୍ଣ କରାଯିବାର ଲକ୍ଷ୍ୟ ରହିଛି। ଆମ ବସ୍‌ଷ୍ଟାଣ୍ଡ ଯୋଜନାରେ ବିଭିନ୍ନ ସୁବିଧା ଉପଲବ୍ଧ ଥିବା ଏହି ବସ୍‌ଷ୍ଟାଣ୍ଡ ନିର୍ମାଣ ହେବ। ଏହା ମଧ୍ୟରେ ହୋଟେଲ, ଦୋକାନ ଗୃହ, ସହ ବସ୍‌ ଓ କାର ପାର୍କିଂ ପାଇଁ ସୁବିଧା ରହିବ। ଯାତ୍ରୀ ଏବଂ ବସ୍‌ କର୍ମଚାରୀମାନଙ୍କ ଆଶ୍ରୟ ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା ହେବ। ଗତ ମାସ ଓବିସିସିର ଏମ୍‌ଡି ଇଂ.ଜୟକୃଷ୍ଣ ଦାସଙ୍କ ନେତୃତ୍ୱରେ ଏକ ପାଞ୍ଚଜଣିଆ ଟିମ୍‌ ପ୍ରକଳ୍ପ ନିର୍ମାଣ ହେବାକୁ ଥିବା ସ୍ଥାନ ପରିଦର୍ଶନ କରିଥିଲେ। ଜମିର ମାପଚୁପ କରିଥିଲେ। ଏହା ଜଣାପଡିବା ପରେ ବସଷ୍ଟାଣ୍ଡ ନିର୍ମାଣ ହେବା ନେଇ ସହରବାସୀଙ୍କ ମଧ୍ୟରେ ପୁଣି ଆଶାସଞ୍ଚାର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଗଣେଶ ପୂଜା ଚତୁର୍ଥୀ ତିଥିରୁ...

କେନ୍ଦୁଝରରେ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ, ମନ୍ତ୍ରୀ କହିଲେ…

କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ‘ସୁଭଦ୍ରା’ ସଚେତନତା ରଥ ଗଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ...

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ଆଜିଠୁ ବୁଲିଲା ସୁଭଦ୍ରା ରଥ: ଶୁଭାରମ୍ଭ କଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ

ଛତ୍ରପୁର,୭।୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ ):ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛିl ଏହାକୁ ନେଇ ରାଜ୍ୟ...

ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ

ଭୁବନେଶ୍ୱର,୭ା୯: ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶନିବାର ସୂଚନା...

ମହିଳା କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଫାଇଲ୍‌ ଛଡ଼ାଇ ନେଲେ ସରପଞ୍ଚଙ୍କ ଦେଢ଼ଶୁର, ଆଉ ତା’ ପରେ…

ହାଟଡିହୀ,୭ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ପଞ୍ଚାୟତ ସରପଞ୍ଚ ସସ୍ମିତା ଓଝା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଭାବେ ଉର୍ମିଳା ମୁର୍ମୁ ଦାୟିତ୍ୱ ତୁଲାଉଛନ୍ତି। ତେବେ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri