ଚାଷୀଙ୍କୁ ଧାନ ବିକ୍ରି ପ୍ରାପ୍ୟ ପ୍ରଦାନରେ ବିଳମ୍ବ

ସୋନପୁର,୪।୨(ନି.ପ୍ର.): ସୁବର୍ଣ୍ଣପୁର ଜିଲାରେ ଚଳିତ ଖରିଫ ଋତୁରେ ରେକର୍ଡ ପରିମାଣର ଧାନ ଅମଳ ହୋଇଛି। ତଦନୁଯାୟୀ ଧାନ ସଂଗ୍ରହରେ ଜିଲା ଚଳିତ ଥର ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା ଜିଲାର ୧୦୭ ମଣ୍ଡିରୁ ୬୨୯୧୬ ଜଣ ଚାଷୀଙ୍କ ଠାରୁ ୩୫୩୭୧୪୦.୮୩ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଛି । ତେବେ ଧାନ କିଣାରେ ବଡ ଧରଣର ଅବ୍ୟବସ୍ଥା ସାମନାକୁ ଆସିଛି। ଧାନ ବିକ୍ରିର ପ୍ରାପ୍ୟ ଚାଷୀଙ୍କୁ ୪୮ ଘଣ୍ଟା ମଧ୍ୟରେ ପ୍ରଦାନ କରାଯାଉଛି ବୋଲି ସରକାର ଡିଣ୍ଡିମ ପିଟୁ ଥିବା ବେଳେ ବାସ୍ତବ ସ୍ଥିତି ଭିନ୍ନ। ଚାଷୀଙ୍କୁ ଧାନ ବିକ୍ରି ପ୍ରାପ୍ୟ ପାଇବା ପାଇଁ ୧୫ ରୁ ୨୦ ଦିନ ଅପେକ୍ଷା କରିବାକୁ ପଡୁଛି । କେତେକ ଚାଷୀ ଧାନ ବିକ୍ରିର ୨୫ ଦିନ ପରେ ପ୍ରାପ୍ୟ ପାଇ ନ ଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ଘଟଣାକୁ ଲକ୍ଷ୍ୟ କଲେ ସରକାରଙ୍କ ଧାନ କ୍ରୟ ନିୟମ କେବଳ ପ୍ରଚାର ସର୍ବସ୍ବ ବୋଲି ମତପ୍ରକାଶ ପାଉଛି। ଉଲୁଣ୍ଡା ବ୍ଲକ ଜମ୍ଭାଲିପାଲି ଗାଁର ମହିଳା ଚାଷୀ ତିଳୋତମା ମିଶ୍ର କୁହନ୍ତି ଜାନୁୟାରୀ ୧୭ ତାରିଖରେ ସେ ଧାନ ବିକ୍ରି କରିଥିଲେ। ସ୍ଥାନୀୟ ବଗଚେରାସ୍ଥିତ ମା’ ସମଲେଶ୍ୱରୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀରେ ନିୟମ ଅନୁଯାୟୀ ୧୦୧କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି। ମାତ୍ର ଏ ପର୍ଯ୍ୟନ୍ତ ତାଙ୍କ ପାସବହିରେ ଧାନ ବିକ୍ରି ବାବଦ ଅର୍ଥ ଜମା ହୋଇନି। ସେ ବାରମ୍ବାର ବ୍ୟାଙ୍କ, ସମବାୟ ବିଭାଗ ଓ ଯୋଗାଣ ବିଭାଗର କାର୍ଯ୍ୟାଳୟକୁ ଦୌଡୁଛନ୍ତି। ତିଳୋତ୍ତମାଙ୍କ ଭଳି ଶତାଧିକ ଚାଷୀ ଧାନ ବିକ୍ରି ପ୍ରାପ୍ୟ ନ ପାଇ ହୀନସ୍ତା ହେଉଛନ୍ତି।
ସୁବର୍ଣ୍ଣପୁର ଜିଲାରେ ଡିସେମ୍ବର ୫ ତାରିଖରୁ ଖରିଫ ଧାନ ସଂଗ୍ରହ ଆରମ୍ଭ ହୋଇଛି। ଜିଲାରେ ୬୫୫୨୩ ଚାଷୀ ସେମାନଙ୍କ ବଳକା ଧାନ ବିକ୍ରି ପାଇଁ ନାମ ପଞ୍ଜୀକରଣ କରିଥିଲେ। ସରକାରଙ୍କ ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୨୦୪୦ଟଙ୍କା ଅନୁଯାୟୀ ଚାଷୀଙ୍କ ନିକଟରୁ ଧାନ କ୍ରୟ କରାଯାଉଛି। ନିର୍ଦ୍ଧାରିତ ସର୍ବନିମ୍ନ ସହାୟକ ମୂଲ୍ୟ ଅନୁଯାୟୀ ଧାନ ବିକ୍ରି କରିଥିବା ଜିଲାର ୬୨୯୧୬ ଜଣ ଚାଷୀ ସରକାରଙ୍କ ନିକଟରୁ ୮୪୮କୋଟି ୯୧ଲକ୍ଷ ୩ହଜାର ୭୯୯ ଟଙ୍କା ପାଇବେ। ତେବେ ଧାନ ବିକ୍ରି କରିଥିବା ଜିଲାର ୫୩୦୯୩ ଜଣ ଚାଷୀଙ୍କ ଆକାଉଣ୍ଟରେ ଗୁରୁବାର ସନ୍ଧ୍ୟା ସୁଦ୍ଧା ୬୧୪କୋଟି ୭୦ଲକ୍ଷ ୪୪ହଜାର ଟଙ୍କା ଜମା ହୋଇଥିବା ଜଣାପଡିଛି। ବାକି ୯୮୨୩ ଜଣ ଚାଷୀ ଧାନ ବିକ୍ରି ପ୍ରାପ୍ୟ ୨୩୪ କୋଟି ଟଙ୍କା ପାଇନାହାନ୍ତି। ରବି ଚାଷ ଓ ଋଣ ଶୁଝିବା ପାଇଁ ଟଙ୍କା ଆବଶ୍ୟକ ଥିବାରୁ ଚାଷୀ ବ୍ୟାଙ୍କ୍‌କୁ ଯାଇ ନିରାଶ ହେଉଛି। ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।
ସୂଚନାଯୋଗ୍ୟ, ଚଳିତ ଥର ୩୮ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ୬୩ଟି ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ) ଜରିଆରେ ଯୋଗାଣ ନିଗମ ଚାଷୀଙ୍କ ନିକଟରୁ ଧାନ କ୍ରୟ କରୁଛି। ସୁବର୍ଣ୍ଣପୁର ଜିଲାର ୪୮ ଜଣ ମିଲର୍ସ ସରକାରଙ୍କ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଜଳସେଚିତ ବିନିକା ଓ ଡୁଙ୍ଗୁରିପାଲି ବ୍ଲକ ଏବଂ ସୋନପୁର ବ୍ଲକରେ ଧାନ ସଂଗ୍ରହ ପ୍ରକ୍ରିୟା ସରିଛି। ଟୋକନ୍‌ ମିଳି ନ ଥିବାରୁ କେତେଜଣ ଚାଷୀ ଧାନ ବିକ୍ରି କରି ପାରି ନାହାନ୍ତି। ଅନ୍ୟପକ୍ଷେ ବୀରମହାରାଜପୁର, ଉଲୁଣ୍ଡା ଓ ତରଭା ବ୍ଲକର ଅଳ୍ପ କିଛି ମଣ୍ଡିରେ ଧାନ ସଂଗ୍ରହ ଜାରି ରହିଛି। ହିଲୁଙ୍ଗ, ଯାଲୋଏ, ଚାରଭଟା, ବଡଭଇଁରୋ, ଲଛିପୁର ଓ ଝାରତରଭା ମଣ୍ଡିରେ ଶତାଧିକ ବସ୍ତା ଧାନ ପଡି ରହିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳସମ୍ପଦର ସୁରକ୍ଷା ପାଇଁ ଶପଥ ପାଠ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର)-ଦିଗପହଣ୍ଡି ସ୍ଥିତ ଘୋଡାହାଡ ପାଣି ପଞ୍ଚାୟତ ଶୀର୍ଷ କମିଟି କାର୍ଯ୍ୟାଳୟ ପରିସରରେ ରବିବାର ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ସମାରୋହ...

ଦୁଇ ବାଇକ୍‌ ମୁହାଁମୁହିଁ, ଚାଲିଗଲା ଦୁଇ ଜୀବନ 

ନବରଙ୍ଗପୁର,୨୨।୧୨(ସଦାଶିବ ପ୍ରହରାଜ): ନବରଙ୍ଗପୁର ସହର ଗ୍ଲେଜ ହୋଟେଲ ସମ୍ମୁଖ ରାସ୍ତାରେ ଦୁର୍ଘଟଣା ଘଟି ୨ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ବଡ଼ଡାଇଭଟ୍ଟା ଅଞ୍ଚଳର...

ଦୁଇ ଦିନିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ: ସଜେଇ ହେଉଛି ସହର

ରାୟଗଡ଼ା,୨୨।୧୨(ଆଶିଷ ରଞ୍ଜନ ପଣ୍ଡା)- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡିସେମ୍ବର ୨୬ରେ ଦୁଇ ଦିନିଆ ରାୟଗଡ଼ା ଜିଲା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ...

ରାତ୍ର ଜଗୁଆଳିଙ୍କ ଭରସାରେ ଅବକାରୀ ଥାନା: ଖବର ପ୍ରକାଶ ପରେ ମଧ୍ୟ ଅବକାରୀ ବିଭାଗର ଭାଙ୍ଗୁନି ନିଦ

ଥୁଆମୂଳ ରାମପୁର,୨୨।୧୧(ଦୁର୍ଗା କୀର୍ତ୍ତି) କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ଥିବା ଅବକାରୀ ଅଫିସ ବାହାର ଓ ଭିତର ଗେଟ ପ୍ରାୟ ଅଧିକାଂଶ ମାସ ହେବ...

ଦୁର୍ବଳ ହେଉଛି ସଙ୍ଗଠନ: ଧରାପଡ଼ିଲେ ୧୩ ମାଓବାଦୀ

ମାଲକାନଗିରି,୨୨ା୧୨(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ବିଜାପୁର ଜିଲାର ଦୁଇଟି ସ୍ଥାନରୁ ୮ ଓ ସୁକମା ଜିଲା ପୋଲିସ ଦ୍ୱାରା ୪ ଲକ୍ଷ ପୁରସ୍କାର ଘୋଷିତ ୫ ମୋଟ...

ଜାନୁଆରୀ ୧ରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ

ଭୁବନେଶ୍ୱର,୨୨।୧୨: ଜାନୁଆରୀ ୧ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ଧାଡ଼ି ଦର୍ଶନ। ଏନେଇ ୨୭ ଏବଂ ୨୮ ତାରିଖ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା କ୍ରିୟାନୁୟନ ହୋଇଯିବ।...

ଶ୍ରେଷ୍ଠ ସ୍ଥାନ ଅଧିକାର କଲେ ଶ୍ୱେତାଶ୍ରୀ: ଜିତିଲେ ସ୍ବର୍ଣ୍ଣପଦକ

ଛତ୍ରପୁର,୨୨ା୧୨(ଦିଲୀପ ସାମଲ): ଭୁବନେଶ୍ୱର ସି. ଭି. ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟରେ ଆୟୋଜିତ ପଞ୍ଚମ ସମାବର୍ତ୍ତନ ଉତ୍ସବରେ ବିଟେକ କମ୍ପ୍ୟୁଟର ଇଞ୍ଜିନିୟରିଂ ବିଭାଗରେ ଛତ୍ରପୁରର ଶ୍ୱେତାଶ୍ରୀ ଶତପଥୀ...

ବର୍ଷା ଉଜାଡ଼ିଲା ମୁଗ ଫସଲ

ଧରାକୋଟ,୨୨ା୧୨(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଦୁଇଦିନର ଲଘୁଚାପ ଜନିତ ଲଗାଣ ବର୍ଷା ଧରାକୋଟ ଅଞ୍ଚଳର ବିଭିନ୍ନ ପଞ୍ଚାୟତର ଏକର ଏକର ଜମିରେ ପାଣି ଜମି ରହିଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri