Categories: ବାଣିଜ୍ୟ

ଭାକ୍ସିନ ବିଳମ୍ବ ହେଲେ ଜିଡିପି ଉପରେ ପ୍ରଭାବ

ନୂଆଦିଲ୍ଲୀ,୧୪।୧ ସାରା ଦେଶରେ ଭାକ୍ସିନ ଯୋଗାଣ ଲାଗି ସରକାର ଘୋଷଣା କରିଛନ୍ତି। ଏହା ପର୍ଯ୍ୟାୟ ଭିତ୍ତିରେ ହେବ। ଏଭଳି ସ୍ଥିତିରେ ଯଦି ଭାକ୍ସିନ ଯୋଗାଣରେ ବିଳମ୍ବ ଉପୁଜେ ତେବେ ଏହା ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ଉପରେ ଗଭୀର ପ୍ରଭାବ ପକାଇବ ବୋଲି ଏକ ରିପୋର୍ଟରେ କୁହାଯାଇଛି। ଭାକ୍ସିନରେ ବିଳମ୍ବ ଘଟିଲେ ୨୦୨୧-୨୨ରେ ଜିଡିପି ମାତ୍ର ୬% ବଢ଼ିପାରେ। ସେହିଭଳି ଦରଦାମ ନିୟନ୍ତ୍ରଣକୁ ଆସିଲେ ରିଜର୍ଭ ବ୍ୟାଙ୍କ ୫୦ ବେସିସ୍‌ ପଏଣ୍ଟ ସୁଧ ହାର ହ୍ରାସ କରିପାରେ ବୋଲି ବିଓଏଫ୍‌ଏ ସିକ୍ୟୁରିଟିଜ ପକ୍ଷରୁ ବୁଧବାର ଏକ ରିପୋର୍ଟ ପ୍ରକାଶ ପାଇଛି। ଆସନ୍ତା ଆର୍ଥତ୍କ ବର୍ଷରେ ଜିଡିପି ୯% ବଢ଼ିବା ନେଇ ଏହି ଏଜେନ୍ସି ଆଶା ରଖିଛି। ହେଲେ ଟିକାକରଣରେ ବିଳମ୍ବ ହେଲେ ବଜାର ପ୍ରଭାବିତ ହେବା ଫଳରେ ଜିଡିପି ୬% ରହିପାରେ ବୋଲି ଏହା ଅନୁମାନ ଲଗାଇଛି।

Share