ବିଜୟରେ ବିଳମ୍ବ , ୮ କମାଣ୍ଡରଙ୍କୁ ବରଖାସ୍ତ କଲେ ପୁଟିନ୍‌…

ମସ୍କୋ, ୧୨।୩ : ୟୁକ୍ରେନ ଯୁଦ୍ଧରେ ବିଜୟରେ ବିଳମ୍ବ ପାଇଁ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନଙ୍କ କ୍ରୋଧ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ସେ ଏଥିପାଇଁ ନିଜର ୮ ଜଣ କମାଣ୍ଡରଙ୍କୁ ବରଖାସ୍ତ କରିଛନ୍ତି। ଏହା ସହିତ ପୁଟିନ୍‌ ୟୁକ୍ରେନରେ ଆମେରିକା ଜୈବିକ ଅସ୍ତ୍ରଶସ୍ତ୍ର ତିଆରି କରିବା ପାଇଁ ଏକ କାର୍ଯ୍ୟକ୍ରମ ଚଳାଉଥିବା ଅଭିଯୋଗ କରିଛନ୍ତି।

ୟୁକ୍ରେନର ସୁରକ୍ଷା ପରିଷଦ କହିଛି ଯେ ରୁଷିଆର ବରଖାସ୍ତ କମାଣ୍ଡୋମାନେ ପୂର୍ବ ଏବଂ ଦକ୍ଷିଣ ଅଞ୍ଚଳରେ ମୁତୟନ ଥିଲେ। ପରିଷଦର ମୁଖ୍ୟ ଓଲେକ୍ସି ଡାଲିନୋଭ କହିଛନ୍ତି ଯୁଦ୍ଧର ପ୍ରଥମ ଦୁଇ-ତିନି ଦିନ ମଧ୍ୟରେ ରୁଷିଆ ୟୁକ୍ରେନକୁ ଜିତିବାକୁ ଆଶା କରିଥିଲା। କିନ୍ତୁ ତାହା ହୋଇ ନାହିଁ। ଏହି କାରଣରୁ ପୁଣି ଥରେ ୟୁକ୍ରେନର ପଶ୍ଚିମ ଅଞ୍ଚଳ ଉପରେ ରୁଷିଆ ସୈନ୍ୟ ଆକ୍ରମଣ ଆରମ୍ଭ କରିଛନ୍ତି।

ଆମେରିକାରେ ଅବସ୍ଥାପିତ ଥିବା ରୁଷିଆର ରାଷ୍ଟ୍ରଦୂତ ଭେଜଲି ନେବେଞ୍ଜୟା ଦାବି କରିଛନ୍ତି ଯେ ଆମେରିକାର ସହାୟତାରେ ୟୁକ୍ରେନରେ ୩୦ ଟି ଜୈବିକ ଅସ୍ତ୍ରଶସ୍ତ୍ର କାର୍ଯ୍ୟକ୍ରମ ଚାଲିଛି।

ବାଦୁଡ଼ି ଏବଂ ଅନ୍ୟ ପକ୍ଷୀମାନଙ୍କ ମାଧ୍ୟମରେ ରୁଷିଆରେ ରୋଗର ଭୂତାଣୁ ସଂକ୍ରମଣ କରିବାକୁ ଆମେରିକା ୟୁକ୍ରେନ୍‌ ମିଳିତ ଭାବେ କାର୍ଯ୍ୟ କରୁଥିବା ସେ ଅଭିଯୋଗ କରିଛନ୍ତି।

Share