Categories: ଜାତୀୟ

ଡକ୍ୟୁମେଣ୍ଟ ହଟାଇଦେଲେ ତଥ୍ୟ ବଦଳିଯିବ ନାହିଁ: କଂଗ୍ରେସ

ନୂଆଦିଲ୍ଲୀ,୭ା୮: ଲଦାଖରେ ଚାଇନା ସୈନ୍ୟଙ୍କ ପ୍ରବେଶ ରିପୋର୍ଟକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହାର ଓ୍ବେବ୍‌ସାଇଟରୁ ହଟାଇଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସରକାର ବିରୋଧୀ ଦଳ ଦ୍ୱାରା ସମାଲୋଚିତ ହୋଇଛନ୍ତି। ଦସ୍ତାବିଜ୍‌ ହଟାଇଦେଲେ ତଥ୍ୟ ବଦଳିଯିବ ନାହିଁ ବୋଲି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ କହିଛି। ଚାଇନା ସୈନ୍ୟ ଭାରତୀୟ ଅଞ୍ଚଳ ମଧ୍ୟରେ ପ୍ରବେଶ କରିନାହାନ୍ତି ବୋଲି ଜୁନ୍‌ରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମୋଦି କହିଥିଲେ। ପ୍ରଧାନମନ୍ତ୍ରୀ କାହିଁକି ମିଛ କହିଥିଲେ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ଓ୍ବେବ୍‌ସାଇଟ ରିପୋର୍ଟକୁ ଦର୍ଶାଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଟୁଇଟ୍‌ କରିଛନ୍ତି। ଚାଇନା ନାଁ ନେବାକୁ ପ୍ରଧାନମନ୍ତ୍ରୀଙ୍କର ସାହସ ନାହିଁ ବୋଲି ରାହୁଲ କହିଛନ୍ତି। ଦସ୍ତାବିଜ୍‌ ହଟାଇଦେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷାଦେବାକୁ ଉଦ୍ୟମ କରୁଛି କି ବୋଲି କଂଗ୍ରେସ ମୁଖପାତ୍ର ଅଜୟ ମାକେନ୍‌ ପ୍ରଶ୍ନ କରିଛନ୍ତି।

Share