କରୋନା ଆତଙ୍କ: ୯ସ୍କୁଲ ଛାତ୍ରୀ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୫।୪: ଦିଲ୍ଲୀରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ସୋମବାର ପଶ୍ଚିମ ଦିଲ୍ଲୀର ଗୋଟିଏ ସ୍କୁଲରେ ୯ଜଣ ଛାତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ଜଣାପଡ଼ିବା ପରେ ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ଯାଏଁ ସ୍କୁଲକୁ ବନ୍ଦ ରଖାଯାଇଛି। ଅନ୍ୟପଟେ ଏହାକୁ ନେଇ ସ୍କୁଲର ଅନ୍ୟ ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ସୂଚନାଯୋଗ୍ୟ, ପଶ୍ଚିମ ଦିଲ୍ଲୀ ରାଜେନ୍ଦ୍ର ନଗର ସ୍ଥିତ ଆର୍ଯ୍ୟ କନ୍ୟା ଗୁରୁକୁଳର ୯ଜଣ ଛାତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗତ କିଛି ଦିନ ତଳେ କେତେକ ଛାତ୍ରୀଙ୍କ ମଧ୍ୟରେ କରୋନା ଲକ୍ଷଣ ଦେଖାଯିବାରୁ ସେମାନଙ୍କର ଯାଞ୍ଚ କରାଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ ୯ଜଣ ଛାତ୍ରୀଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଛି। ଏହାରେ ସୁରକ୍ଷା ଦୃଷ୍ଟିରୁ କର୍ତ୍ତୃପକ୍ଷ ସ୍କୁଲ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପଟେ ସ୍କୁଲରେ ସାନିଟାଇଜେଶନ୍‌ କାର୍ଯ୍ୟ ଆରମ୍ଭ ହୋଇଯାଇଛି।

Share