Categories: ଜାତୀୟ

ଦିଲ୍ଲୀର ଗୋକୁଲପୁରୀରେ ଭୟଙ୍କର ଅଗ୍ନିକାଣ୍ଡ: ୭ଜୀବନ୍ତଦଗ୍ଧ

ନୂଆଦିଲ୍ଲୀ,୧୨।୩: ରାଜଧାନୀ ଦିଲ୍ଲୀର ଗୋକୁଲପୁରୀ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୭ ଜଣ ଜୀବନ୍ତଦଗ୍ଧ ହୋଇଯାଇଥିବା ସୂଚନା ରହିଛି। ସୂଚନାଯୋଗ୍ୟ, ଶୁକ୍ରବାର ବିଳମ୍ବିତ ରାତିରେ ଗୋକୁଲପୁରୀ ଅଞ୍ଚଳର ଏକ ବସ୍ତିରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ଦେଖୁ ଦେଖୁ ଏହି ନିଆଁ ସମଗ୍ର ବସ୍ତିକୁ ବ୍ୟାପିଯାଇଥିଲା। ଖବର ପାଇ ଦମକଳ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବହୁ କଷ୍ଟରେ ନିଆଁକୁ ଆୟତ୍ତ କରିଥିଲେ। ଅନ୍ୟପଟେ ରାଜ୍ୟର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଟୁଇଟ କରି ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଶନିବାର ଘଟଣାସ୍ଥଳକୁ ଯାଇ ସେ ପୀଡ଼ିତଙ୍କୁ ଭେଟିବେ ବୋଲି କେଜ୍ରିଓ୍ବାଲ କହିଛନ୍ତି।

Share