Categories: ଜାତୀୟ

ଜେଲ୍‌ ଭିତରୁ ସତ୍ୟେନ୍ଦ୍ର ଜୈନଙ୍କ ଆଉ ଏକ ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୧୧: ଅର୍ଥ ହେରଫେର ମାମଲାରେ ନ୍ୟାୟିକ ହେପାଜତରେ ଥିବା ଦିଲ୍ଲୀ ମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତା ସତ୍ୟେନ୍ଦ୍ର ଜୈନଙ୍କ ଆଉ ଏକ ଭିଡିଓ ରବିବାର ଭାଇରାଲ ହୋଇଛି। ଭିଡିଓରେ ଜେଲ କର୍ମଚାରୀମାନେ ସତ୍ୟେନ୍ଦ୍ରଙ୍କ ଜେଲ୍‌ ରୁମ୍‌ ସଫା କରୁଥିବା ଦେଖିବାକୁ ମିଳିଛି।
ଏହାପୂର୍ବରୁ ସତ୍ୟେନ୍ଦ୍ର ଜେନା ତିହାର ଜେଲର ନିଲମ୍ବିତ ଅଧୀକ୍ଷକ ଅଜିତ କୁମାରଙ୍କ ସହ କଥାବାର୍ତ୍ତା ହୋଇଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା। ତିହାର ଜେଲରୁ ଏପର୍ଯ୍ୟନ୍ତ ସତ୍ୟେନ୍ଦ୍ର ଜୈନଙ୍କ ୪ଟି ଭିଡିଓ ସାମ୍ନାକୁ ଆସିଛି।

ତିହାର ଜେଲରୁ ଭାଇରାଲ ହୋଇଥିବା ଏହି ଭିଡିଓଗୁଡିକ ଦେଖି ବିରୋଧୀ ଦଳ ଏଏପି ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଟାର୍ଗେଟ୍‌ କରୁଛନ୍ତି। ପ୍ରଥମ ଭିଡିଓରେ ଜଣେ କଏଦୀ ସତ୍ୟେନ୍ଦ୍ରଙ୍କ ମସାଜ କରୁଥିବା ଦେଖିବାକୁ ମିଳିଥିଲା। ଦ୍ୱିତୀୟ ଭିଡିଓରେ ସେ ଫଳ ଖାଉଥିଲେ। ତୃତୀୟ ଭିଡିଓରେ ସତ୍ୟେନ୍ଦ୍ର ତିହାର ଜେଲର ନିଲମ୍ବିତ ଅଧୀକ୍ଷକ ଅଜିତ କୁମାରଙ୍କ ସହ କକ୍ଷରେ କଥାବାର୍ତ୍ତା ହୋଇଥିବା ଦେଖିବାକୁ ମିଳିଥିଲା। ଅଜିତ କୁମାରଙ୍କୁ ଚଳିତମାସ ଆରମ୍ଭରେ ନିଲମ୍ବିତ କରାଯାଇଥିଲା। ସେ ଜେଲରେ ସତ୍ୟେନ୍ଦ୍ର ଜୈନାଙ୍କୁ ଭିଭିଆଇପି ସୁବିଧା ଦେଇଥିବାର ଅଭିଯୋଗ ହୋଇଥିଲା।

Share