ନୂଆଦିଲ୍ଲୀ,୧୦ ।୫: ଏମସିଡିର ବୁଲଡୋଜର ସୋମବାର ଦକ୍ଷିଣ ଦିଲ୍ଲୀର ଶାହିନବାଗ ପହଞ୍ଚିଥିଲା । ହେଲେ ସ୍ଥାନୀୟ ଲୋକ ଓ ବିଧାୟକଙ୍କ କାର୍ଯ୍ୟର ବିରୋଧ କରିବାରୁ ଏହାକୁ ବନ୍ଦ କରି ଦିଆଯାଇଥିଲା । ହେଲେ ଦିଲ୍ଲୀରେ ଅବୈଧ ନିର୍ମାଣକୁ ଭାଙ୍ଗିବା କାମ ୧୩ ମେ’ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି ।
ଏହି କ୍ରମରେ ମଙ୍ଗଳବାର ଉତ୍ତର ଦିଲ୍ଲୀର ମଙ୍ଗୋଲପୁରୀର ୱାଇ ବ୍ଲକରେ ଉଚ୍ଛେଦ କାମ ଆରମ୍ଭ ହୋଇଛି । ଏହି ଅଞ୍ଚଳରେ ୨ଟି ମନ୍ଦିର ଏକ ମସଜିଦ ଓ କିଛି ଛୋଟ ଛୋଟ ଘର ରହିଛି । ହେଲେ ସୋମବାର ରାତିରେ ଘର ଗୁଡିକୁ ଲୋକେ ହଟାଇ ଦେଇଥିବା କୁହାଯାଉଛି । ହେଲେ ଉଚ୍ଛେଦ ସମୟରେ ସୁରକ୍ଷାକୁ କଡାକଡି କରାଯାଇଛି କିଛି ସ୍ଥାନରେ ଯାତାୟତକୁ ବନ୍ଦ କରି ଦିଆଯାଇଥିବା ବେଳେ ଡ୍ରୋନରେ ନଜର ରଖାଯାଇଛି । ଏହାସହ ଫ୍ରେଣ୍ଡସ୍ କଲୋନୀରେ ବି ମଙ୍ଗଳବାର ଉଚ୍ଛେଦ ଅଭିଯାନ ଚାଲିଛି ।