Categories: ଜାତୀୟ

ଲାଲୁ ଯାଦବଙ୍କୁ ଚିକିତ୍ସା କରିବାକୁ ମନାକଲା ଦିଲ୍ଲୀ ଏମ୍ସ

ନୂଆଦିଲ୍ଲୀ,୨୩ ।୩: ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଚିକିତ୍ସା କରିବାକୁ ମନା କରି ଦେଇଛି ଦିଲ୍ଲୀସ୍ଥିତି ଅଲ ଇଣ୍ଡିଆ ମେଡିକାଲ ସାଇନସେସ୍‌(ଏମ୍ସ) । ଏମ୍ସ କହିଛି ସେ ରାଞ୍ଚିରେ ଥିବା ରିମ୍ସରେ ଟ୍ରିଟମେଣ୍ଟ ହୁଅନ୍ତୁ । ମଙ୍ଗଳବାର ଲାଲୁଙ୍କୁ ଦିଲ୍ଲୀ ଏମ୍ସ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ ସେଠାରେ ତାଙ୍କୁ ଏମରଜେନ୍ସି ଡିପାର୍ଟମେଣ୍ଟରେ ରଖାଯାଇଥିଲା । ବୁଧବାର ଭୋର ପ୍ରାୟ ୩ଟା ବେଳେ ସେଠାରୁ ତାଙ୍କୁ ଡିସଚାର୍ଜ କରି ଦିଆଯାଇଛି । ବୁଧବାର ଅପରାହ୍ନ ୩ଟା ସୁଦ୍ଧା ସେ ରାଞ୍ଚି ଫେରି ଆସିବେ ବୋଲି ଜଣାପଡିଛି ।
ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ କିଡନୀ ଇନଫେକ୍ସନ ଯୋଗୁ ତାଙ୍କୁ ସ୍ୱତନ୍ତ୍ର ବିମାନରେ ମଙ୍ଗଳବାର ଦିଲ୍ଲୀ ନିଆଯାଇଥିଲା । ସନ୍ଧ୍ୟା ୬ଟାରେ ସେଠାରେ ପହଞ୍ଚିବା ପରେ ଏମ୍ସର ଏମରଜେନ୍ସି ବିଭାଗରେ ରାତି ପ୍ରାୟ ୯ଟାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ରିମ୍ସ ମେଡିକାଲ ବୋର୍ଡର ଉପଦେଶ କ୍ରମେ ତାଙ୍କୁ ଏମ୍ସ ନିଆଯାଇଥିଲା ।

Share