କରୋନା ଟିକା ନେବା ପରେ ବି ଏମ୍ସର ୩୫ ଡାକ୍ତର କରୋନା ପଜିଟିଭ

ନୂଆଦିଲ୍ଲୀ,୯।୪: ଦିଲ୍ଲୀରେ କରୋନା ଆତଙ୍କ ଜାରି ରହିଛି। ଗଙ୍ଗାରାମ ହସ୍ପିଟାଲରେ ପରେ ଏବେ ଦିଲ୍ଲୀ ଏମ୍ସର ୩୫ ଡାକ୍ତର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସବୁଠାରୁ ବଡ଼ କଥା ହେଲା ସବୁ ସଂକ୍ରମିତ ଡାକ୍ତର କରୋନା ଭାକ୍ସିନର ଦ୍ୱିତୀୟ ଡୋଜ୍‌ ମଧ୍ୟ ନେଇସାରଛନ୍ତି। ଅପରପକ୍ଷେ ଗଙ୍ଗାରାମ ହସ୍ପିଟାଲରେ ୩୭ଜଣ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସେଥିମଧ୍ୟରୁ ୫ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗଙ୍ଗାରାମ ହସ୍ପିଟାଲକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଅତ୍ୟଧିକ ଯତ୍ନଶୀଳ ହୋଇପଡ଼ିଛନ୍ତି। ଏଥିପାଇଁ ଉକ୍ତ ହସ୍ପିଟାଲର ଚେୟାରମେନ ଡା. ଡିଏସ୍‌.ରାଣାଙ୍କ ସହ ଆଲୋଚନା କରିବାକୁ ମୁଖ୍ୟମନ୍ତ୍ରୀ ଅପରାହ୍ନ ୪ଟାରେ ଏକ ବୈଠକ ଡକାଇଛନ୍ତି। କରୋନା କବଳରେ ଡାକ୍ତରମାନେ ଆସିବା ପରେ ସରକାରଙ୍କ ଚିନ୍ତା ଏବେ ବଢ଼ିଯାଇଛି। ସୂଚନାମୁତାବକ ଗତ ୨୪ଘଣ୍ଟାରେ ଦିଲ୍ଲୀରେ ୭,୪୩୭ କରୋନାର ନୂଆ ମାମଲା ସାମ୍ନାକୁ ଆସିଛି।

 

Share