Categories: ଜାତୀୟ

ଏମ୍ସରେ ଆରମ୍ଭ ହେଲା ମାଗଣା ଓପିଡି ପଞ୍ଜିକରଣ ସେବା

ନୂଆଦିଲ୍ଲୀ,୧।୧୧: ଦିଲ୍ଲୀ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇସେନ୍ସ(ଏମ୍ସ) ହସ୍ପିଟାଲକୁ ସାରା ଦେଶରୁ ହଜାର ହଜାର ରୋଗୀ ଚିକିତ୍ସା କରାଇବାକୁ ଆସିଥାନ୍ତି। ଏଭଳି କିଛି ରୋଗ ନାହିଁ ଯାହା ଏଠାରେ ଚିକିତ୍ସା କରାଯାଏ ନାହିଁ। ତେବେ ରୋଗୀଙ୍କୁ ସୁବିଧା ଓ ସୁଲଭ ଯୋଗାଇଦେବା ପାଇଁ ଏମ୍ସ ପକ୍ଷରୁ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ନଭେମ୍ବର ୧ରୁ ତଥା ମଙ୍ଗଳବାରରୁ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ମାଗଣା ଓପିଡି ପଞ୍ଜିକରଣ ବ୍ୟବସ୍ଥା ଲାଗୁ କରାଯାଇଛି। ଏଣିକି ଓପିଡିର ପଞ୍ଜିକରଣ ପାଇଁ ଆଉ ଶୁଳ୍ପ ଦେବାକୁ ପଡ଼ିବନି। ବର୍ତ୍ତମାନ ଏମ୍ସରେ କୌଣସି ରୋଗୀଙ୍କ ପାଇଁ ୩୦୦ ପର୍ଯ୍ୟନ୍ତ ଚିକିତ୍ସା ମାଗଣା ହେବ। ପୂର୍ବରୁ ଓପିଡିରେ ପଞ୍ଜିକରଣ ପାଇଁ ୧୦ଟଙ୍କା ଦେବାକୁ ପଡ଼ୁଥିଲା। ଏମ୍ସ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତି ଦ୍ୱାରା ଅନେକ ରୋଗୀ ଏବେ ଲାଭବାନ ହୋଇପାରେ।

Share