କରୋନା ସଂକ୍ରମଣ ଯୋଗୁ ବନ୍ଦ ହୋଇପଡ଼ିଥିବା ଦିଲ୍ଲୀ ଏମ୍ସର ଓପିଡ଼ି ସେବା ପୁଣି ଆରମ୍ଭ

ନୂଆଦିଲ୍ଲୀ,୨୫।୬: ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୫ଲକ୍ଷ ଆଡକୁ ଗତି କରୁଛି। ଇତିମଧ୍ୟରେ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ(ଏମ୍ସ)ରେ ବନ୍ଦ ହୋଇଯାଇଥିବା ଓପିଡି ସେବା ପୁଣି ଥରେ ଆରମ୍ଭ ହୋଇଛି। ଗୁରୁବାଠାରୁ ପୁଣି ଥରେ ଓପିଡି ସେବାକୁ ଆରମ୍ଭ କରାଯାଇଥିବା ଜଣାପଡ଼ିଛି। ବର୍ତ୍ତମାନ ଓପିଡିରେ କେବଳ ପୁରୁଣା ରୋଗୀଙ୍କ ଚିକିତ୍ସା କରାଯିବ। ଏହାସହ ସମସ୍ତ ବିଭାଗରେ କେବଳ ୧୫ଜଣ ରୋଗୀଙ୍କୁ ଚିକିତ୍ସା କରାଯିବାର ବ୍ୟବସ୍ଥା କରାଯାଇଛି ବୋଲି ହସ୍ପିଟାଲର ଅଧ୍ୟକ୍ଷ ଡାକ୍ତର ଡିକେ ଶର୍ମା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ଦିଲ୍ଲୀ ଏମ୍ସରେ ଗତ ୩ମାସରୁ ଓପିଡି ସେବା ବନ୍ଦ ରହିଥିଲା।

Share