Categories: ଜାତୀୟ

ମଙ୍କିପକ୍ସ ଭାଇରସ ସମ୍ପର୍କରେ ଜାଣିବା ପାଇଁ ଏମ୍ସରେ ସାମ୍ପଲ ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ,୪ ।୮: ରାଜଧାନୀ ଦିଲ୍ଲୀରେ ମଙ୍କିପକ୍ସ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହା ଉଭୟ ସରକାର ଓ ସ୍ୱାସ୍ଥ୍ୟ ବିଭାଗର ଚିନ୍ତାକୁ ବଢାଇ ଦେଇଛି । ଏହାକୁ ଦେଖି ପ୍ରଶାସନ ଆଲର୍ଟ ହୋଇ ଯାଇଛି । ମଙ୍କିପକ୍ସ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ୍‌(ଏମ୍ସ)ରେ ବି ଏହାର ଯାଞ୍ଚ ପାଇଁ ପ୍ରସ୍ତୁତି ସମ୍ପୂର୍ଣ୍ଣ କରାଯାଇଛି ।
ସୂଚନାଯୋଗ୍ୟ, ମଙ୍କିପକ୍ସ ଭାଇରସ ବିଷୟରେ ଜାଣିବା ପାଇଁ ଏମ୍ସରେ ଏକାଠି କରାଯାଇଥିବା ନମୁନାର ଯାଞ୍ଚ ଆରମ୍ଭ କରାଯାଇଛି । ଏମ୍ସର ମାଇକ୍ରୋବାୟୋଲୋଜି ବିଭାଗ ମଙ୍କିପକ୍ସ ଯାଞ୍ଚ ପାଇଁ ଦେଶରେ ଥିବା ୧୫ ଲ୍ୟାବ ମଧ୍ୟରୁ ଗୋଟିଏ ।

Share