Categories: ଜାତୀୟ

ଦିଲ୍ଲୀରେ ପ୍ରଦୂଷଣ ବଢ଼ିବା ଦେଖି ଆଇପିଏସ୍‌ ଅଫିସର ଅରୁଣ ବୋଥ୍ରା କହିଲେ ଏମିତି

ନୂଆଦିଲ୍ଲୀ,୧୨ା୧୧: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢ଼ି ଚାଲିଛି। ଗୁରୁବାର ଏହା ଅଧିକ ଉଗ୍ର ରୂପ ଧାରଣ କରିଛି। ସୋସିଆଲ ମିଡିଆରେ ଏଠାକାର ପ୍ରଦୂଷିତ ଜଳବାୟୁର ଫଟୋ ଭାଇରାଲ ହେଉଛି। ଆଇପିଏସ୍‌ ଅଫିସର ଅରୁଣ ବୋଥ୍ରା ମଧ୍ୟ ଏହାର ଏକ ଫଟୋ ଶେୟାର କରି ପ୍ରତିକ୍ରିୟା ଦେଇଛନ୍ତି। ବର୍ତ୍ତମାନ ଯେତିକି ପ୍ରଦୂଷଣ ବଢ଼ିଛି, ଲକ୍‌ଡାଉନ ସମୟରେ ପ୍ରଦୂଷଣ ନ ଥିଲା। ମାତ୍ର ଲକ୍‌ଡାଉନ୍‌ ହଟିଯିବା ପରେ ରାଜଧାନୀରେ ପୁଣି ଏହାର ସାମ୍ନାକୁ କରିବାକୁ ପଡୁଛି। ଆଇପିଏସ୍‌ ଅଫିସର ବୋଥ୍ରା ଦୁଇଟି ଫଟୋ ଶେୟାର କରିଛନ୍ତି। ଗୋଟିଏରେ ଲକ୍‌ଡାଉନ୍‌ ପୂର୍ବର ଗୋଟେ ଏବଂ ଅନ୍ୟଟି ବର୍ତ୍ତମାନ ସମୟର। ଗୋଟିଏ ଫଟୋ ପରିସ୍କାର ଦେଖାଯାଉଥିବା ବେଳେ ଅନ୍ୟଟି ଧୂଆଁଳିଆ ଦିଶୁଛି। ଫଟୋ ଶେୟାର କରି ବୋଥ୍ରା ଲେଖିଛନ୍ତି, ‘ ଦୁଇମାସରେ ଦିଲ୍ଲୀ, ଏହି କାରଣରୁ ମୁଁ ଲକ୍‌ଡାଉନ୍‌ରେ ରହିବାକୁ ପସନ୍ଦ କରୁଛି।

ଭିଡିଓଟି ୧୦ ନଭେମ୍ବରରେ ଶେୟାର କରାଯାଇଛି। ଏହାକୁ ବର୍ତ୍ତମାନ ସୁଦ୍ଧା ୩ ହଜାରରୁ ଅଧିକ ଲୋକ ପସନ୍ଦ କରିଥିବା ବେଳେ ୩୦୦ରୁ ଅଧିକ ରି-ଟୁଇଟ୍‌ କରାଯାଇଛି।
ବିଶେଷଜ୍ଞଙ୍କ ମତରେ ଦୁଇଦିନ ପୂର୍ବରୁ ତୁଳନା କରାଗଲେ ଦିଲ୍ଲୀର ପ୍ରଦୂଷଣ ସବୁଠୁ ଅଧିକ ଖରାପ। ଯେତେବେଳେ ପ୍ରଦୂଷଣରସ୍ତର ବିପଦ ସ୍ଥିତିଠାରୁ ମଧ୍ୟ ଉପରେ ପହଞ୍ଚିଯାଇଛି।

ସରକାରୀ ଏଜେନ୍ସି ଏବଂ ପାଣିପାଗ ବିଜ୍ଞାନୀମାନେ କହିଛନ୍ତି ଯେ, ଉତ୍ତର-ପଶ୍ଚିମରୁ ଉତ୍ତର-ପୂର୍ବ ଦିଗରେ ପବନର ଦିଗ ପରିବର୍ତ୍ତନ ହେତୁ ପ୍ରଦୂଷଣ ସ୍ତରରେ ପରିବର୍ତ୍ତନ କେକର୍ଡ କରାଯାଇଛି।

Share