Categories: ଜାତୀୟ

ଭୁଶୁଡିଲା ବିମାନବନ୍ଦର ଛାତ: ୪ ଗୁରୁତର

ନୂଆଦିଲ୍ଲୀ,୨୮।୬: ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ-୧ରେ ଛାତ ଭୁଶୁଡ଼ିବା କାରଣରୁ ଏକ ବଡ଼ ଦୁର୍ଘଟଣା ଘଟିଛି। ଶୁକ୍ରବାର ସକାଳେ ବିମାନ ବନ୍ଦରର ଛାତ ଟର୍ମିନାଲ ୧ରେ ଏକ ଗାଡି ଉପରେ ପଡିଯାଇଥିଲା। ଏହି ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି। ସୂଚନା ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଗାଡି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦିଲ୍ଲୀ ଅଗ୍ନିଶମ ସେବା ଦ୍ୱାରା ମିଳିଥିବା ସୂଚନା ଅନୁଯାୟୀ ସମସ୍ତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ଭର୍ତ୍ତି କରାଯାଇଛି।
ଦିଲ୍ଲୀ ଅଗ୍ନିଶମ ସେବାର ଜଣେ ଅଧିକାରୀ କହିଛନ୍ତ, ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ-୧ରେ ଛାତ ଭୁଶୁଡି ପଡିଛି। ୩ଟି ଫାୟାର ଇଞ୍ଜିନ ଘଟଣାସ୍ଥଳକୁ ପଠାଯାଇଛି।

Share