Categories: ଜାତୀୟ

ଚିନ୍ତା ବଢାଉଛି ‘ମଙ୍କିପକ୍ସ’: ବିମାନବନ୍ଦରରେ ହେବ ସ୍ବାସ୍ଥ୍ୟ ଯାଞ୍ଚ

ନୂଆଦିଲ୍ଲୀ, ୨୬।୭: ଦେଶରେ ଏବେ ଚିନ୍ତା ବଢାଇଲାଣି ‘ମଙ୍କିପକ୍ସ’। ତେବେ ଯେଉଁମାନେ ବିଦେଶରୁ ଫେରୁଛନ୍ତି ସେମାନଙ୍କର ସ୍ବାସ୍ଥ୍ୟ ଯାଞ୍ଚ ହେବା ସହ ଲକ୍ଷଣ ଦେଖାଗଲେ ବିମାନବନ୍ଦରରୁ ସିଧାସଳଖ ଲୋକ ନାୟକ ଜୟ ପ୍ରକାଶ(ଏଲ୍‌ଏନ୍‌ଜେପି) ହସ୍ପିଟାଲକୁ ପଠାଇଦିଆଯିବ ବୋଲି ଏକ ସୂତ୍ରରୁ ପ୍ରକାଶ ପାଇଛି। ଜ୍ୱର, ପିଠି ଯନ୍ତ୍ରଣା ଏବଂ ଗଣ୍ଠି ଯନ୍ତ୍ରଣା ଭଳି ଲକ୍ଷଣ ଥିବା ଯାତ୍ରୀମାନଙ୍କୁ ହସ୍ପିଟାଲକୁ ପଠାଯିବ। ରୋଗୀଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ୨୦ଜଣିଆ ଟିମ୍‌କୁ ନିୟୋଜିତ କରାଯାଇଛି। ସନ୍ଦିଗ୍ଧ ରୋଗୀଙ୍କ ନମୁନା ପୁଣେ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି, ପୁଣେକୁ ପଠାଯିବ। ରାଜଧାନୀ ଦିଲ୍ଲୀରେ ‘ମଙ୍କିପକ୍ସ’ମାମଲା ଚିହ୍ନଟ ହେବାର ଗୋଟିଏ ଦିନ ପରେ ଦିଲ୍ଲୀ ଲ୍ୟୁଟ୍‌ନାଣ୍ଟ ଗଭର୍ଣ୍ଣର ଭି.କେ.ସାକ୍ସେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

Share