Categories: ଜାତୀୟ

ଦିଲ୍ଲୀ ସମେତ ଉତ୍ତର ଭାରତରେ ଶୀତର ରିଭର୍ସ ଗିୟର, ତାପମାତ୍ରା ୨-୩ ଡିଗ୍ରୀ ଖସିଲା

ନୂଆଦିଲ୍ଲୀ,୧୫ ।୧: ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ପ୍ରବଳ ତୁଷାର ପାତ ହେଉଛି । ଆଉ ଏହାର ପ୍ରଭାବ ଦିଲ୍ଲୀ-ଏନସିଆରରେ ପଡୁଛି । ରାଜଧାନୀ ଦିଲ୍ଲୀରେ ତାପମାତ୍ରା ୨ରୁ ୩ ଡିଗ୍ରୀ ଖସି ଆସିଛି । ଏହାସହ ଦିଲ୍ଲୀ ଓ ସମ୍ପୂର୍ଣ୍ଣ ଉତ୍ତର ଭାରତରେ ହାଡଭଙ୍ଗା ଶୀତ ଅନୁଭୁତ ହୋଇଛି । ଏହାକୁ ନେଇ ଆଇଏମଡି ପକ୍ଷରୁ ଆଲର୍ଟ ଜାରି କରାଯାଇଛି ।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରବିବାର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ଓ ସର୍ବାଧିକ ତାପମାତ୍ରା ୧୭ ଡିଗ୍ରୀ ରହିବ ବୋଲି ଅନୁମାନ କରାଯାଇଛି । ଆସନ୍ତା ୩ ଦିନ ମଧ୍ୟରେ ତାପମାତ୍ରା ଆହୁରି କମ ହେବ ବୋଲି ଅନୁମାନ ଲଗାଇଛି ପାଣିପାଗ ବିଭାଗ । ୧୭ ଜାନୁୟାରୀରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ଓ ସର୍ବୋଚ୍ଚ ତାପମାତ୍ରା ୧୭ ଡିଗ୍ରୀ ରହିପାରେ ।

Share