Categories: ଜାତୀୟ

ରେଡ୍ ଜୋନ୍‌ରେ ଦିଲ୍ଲୀ ଏନ୍‌ସିଆର୍‌

ନୂଆଦିଲ୍ଲୀ,୭ ।୧୧: ବେଳକୁ ବେଳ ଖରାପ ହେବାରେ ଲାଗିଛି ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ମାତ୍ରା । ବିଶେଷ ଭାବେ ଦିଲ୍ଲୀ ଏନ୍‌ସିଆର୍‌ରେ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏଠାକାର ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୦୦ ଅତିକ୍ରମ କରି ଯାଇଥିବା ବେଳେ ସେଠାକାର ଲୋକଙ୍କୁ ନିଶ୍ୱାସ ନେବାରେ କଷ୍ଟ ହେଉଛି, ଆଖି ପୋଡୁଛି ବୋଲି ଅଭିଯୋଗ ଆସୁଛି । ଏବେ ଦିଲ୍ଲୀ ଏନ୍‌ସିଆର୍ ରେଡ ଜୋନରେ ଥିବା କୁହାଯାଉଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସୂଚନା ଅନୁଯାୟୀ, ଦିଲ୍ଲୀର ପଞ୍ଜାବୀ ବାଗରେ ଶନିବାର ବାୟୁ ପ୍ରଦୂଷଣ ସ୍ତର ୪୩୮ ରେକର୍ଡ କରାଯାଇଛି । ଯାହା ସାଂଘାତିକ ସ୍ତର ବୋଲି କୁହାଯାଉଛି । ପଡୋଶୀ ରାଜ୍ୟ ପଞ୍ଜାବ ଓ ହରିୟାଣାରେ କୃଷକମାନେ ନଡା ପୋଡୁଥିବାରୁ ବେଳକୁ ବେଳେ ବାୟୁ ପ୍ରଦୂଷଣ ବୃଦ୍ଧି ପାଉଛି ବୋଲି ଅଭିଯୋଗ ହେଉଛି ।

Share