Categories: ଜାତୀୟ

ରାଘବ ଚଢା, ସଞ୍ଜୟ ସିଂଙ୍କ ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି

ନୂଆଦିଲ୍ଲୀ,୧୬।୮: ଦିଲ୍ଲୀ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ସମୟରେ ଆମ ଆଦମୀ ପାର୍ଟିର ରାଜେନ୍ଦ୍ର ନାଗରରୁ ବିଧାୟକ ଦୁର୍ଗେଶ ପାଠକ ଏହି ବିତର୍କରେ ସାମିଲ ହୋଇ ଦଳର ରାଜ୍ୟ ସଭା ଏମ୍‌ପି ରାଘବ ଚଢା ଏବଂ ସଞ୍ଜୟ ସିଂଙ୍କ ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଭାଜପା ନେତା ଓ ବିଧାୟକମାନେ କହିଛନ୍ତି, ସେମାନଙ୍କ ଖରାପ ଆଚରଣ ଯୋଗୁଁ ସେମାନଙ୍କୁ ରାଜ୍ୟ ସଭାରୁ ନିଲମ୍ବିତ କରାଯାଇଛି। ଏହାର ଜବାବରେ ଦୁର୍ଗେଶ ପାଠକ ଭାଜପା ବିଧାୟକମାନଙ୍କୁ ପ୍ରଥମେ ରାଜ୍ୟ ସଭାର ଭିଡିଓ ଫୁଟେଜ ଦେଖିବା ପାଇଁ ଆବେଦନ କରିଥିଲେ, ଏବଂ ଦେଖିବା ପରେ ସଞ୍ଜୟ ସିଂ ଏବଂ ରାଘବ ଚଢାଙ୍କ ଆଚରଣ ଖରାପ କି କ’ଣ ତା’ପରେ ନିଷ୍ପତ୍ତି ନିଅନ୍ତୁ।

Share