Categories: ଜାତୀୟ

ଭାଜପା ନେତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ,୩୦।୩: ଦିଲ୍ଲୀର ସୁଭାଷ ନଗର ସ୍ଥିତ ଏକ ପାର୍କର ଗ୍ରୀଲ୍‌ରୁ ଝୁଲନ୍ତା ଅବସ୍ଥାରେ ଜଣେ ଭାଜପା ନେତାଙ୍କ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଦିଲ୍ଲୀ ଭାଜପା ପୂର୍ବତନ ଅଧ୍ୟକ୍ଷ ଜି ଏସ ବାୱା। ୫୮ ବର୍ଷୀୟ ବାଓ୍ବା ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।ତେବେ ସେ କାହଁକି ଆତ୍ମହତ୍ୟା କରିନ୍ତି ତାହା ଜଣାପଡିନାହିଁ। ସୂଚନାଯୋଗ୍ୟ, ବାଓ୍ବା ଦିଲ୍ଲୀର ଫତେହ ନଗରରେ ରହୁଥିଲେ। ପାର୍କର ଗ୍ରୀଲରେ ତାଙ୍କ ଝୁଲନ୍ତା ମୃତଦେହ ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ । ପୋଲିସ ଯାଞ୍ଚ କରିବା ସମୟରେ ଏହା ଜି.ଏସ ବାୱାଙ୍କ ମୃତଦେହ ବୋଲି ଜାଣିବାକୁ ପାଇଥିଲା। ମୃତଦେହ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି।

Share