Categories: ଜାତୀୟ

ଛୁରିଭୁସି ଶିକ୍ଷକଙ୍କୁ ହତ୍ୟା

ନୂଆଦିଲ୍ଲୀ,୩ା୯ ଦିଲ୍ଲୀର ଜାମିଆନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୨୮ ବର୍ଷୀୟ ଶିକ୍ଷକଙ୍କୁ ଛାତ୍ର ଜଣକ ଛୁରିଭୁସି ହତ୍ୟା କରିଛନ୍ତି। ପୋଲିସ ଘଟଣାରେ ସମ୍ପୃକ୍ତ ନାବାଳକ ଛାତ୍ରଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି।

ଅନ୍ୟପକ୍ଷେ ଶିକ୍ଷକ ଜଣକ ଛାତ୍ରଙ୍କୁ ଯୌନ ନିର୍ଯାତନା ଦେବା ସହ ଏକ ଭିଡିଓ କରି ବ୍ଲାକ୍‌ମେଲ୍‌ କରୁଥିବା ଅଭିଯୋଗ ହୋଇଛି। ପୋଲିସ ଅଗଷ୍ଟ ୩୦ ତାରିଖରେ ଶିକ୍ଷକଙ୍କ ମୃତଦେହ ଉଦ୍ଧାର କରିଥିଲା। ଏପରିକି ତାଙ୍କ ବେକରେ ଗଭୀର କଟା ଦାଗ ରହିଥିଲା। ଏନେଇ ଜାମିଆନଗର ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ତଦନ୍ତ ପରେ ନାବାଳକଙ୍କୁ ଧରିଥିଲା।

Share