ନୂଆଦିଲ୍ଲୀ,୨୬।୩: ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଶନିବାର ଦିଲ୍ଲୀ ବିଧାନ ସଭାରେ ବଜେଟ ଉପସ୍ଥାପନା କରିଛନ୍ତି। ଭବିଷ୍ୟତର ଦିଲ୍ଲୀର ଏକ ଚିତ୍ର ଏହି ବଜେଟରେ ଦେଖିବାକୁ ମିଳିଛି। ଦିଲ୍ଲୀ ଅର୍ଥମନ୍ତ୍ରଣାଳୟର ଦାୟିତ୍ୱ ମନୀଷଙ୍କ ନିକଟରେ ଥିବାରୁ ସେ ବଜେଟ ଉପସ୍ଥାପନା କରିଛନ୍ତି। ଏହି ସମୟରେ ମନୀଷ ସିସୋଡିଆ କହିଛନ୍ତି, ଗତବର୍ଷ ଏଏପି ସରକାର ଦ୍ୱାରା ଏକ ଦେଶଭକ୍ତି ବଜେଟ ଉପସ୍ଥାପନ କରାଯାଇଥିଲା। ତେବେ ଚଳିଥ ଥର ଏଏପି ସରକାର ରୋଜଗାର ବଜେଟ ଆଣିଛନ୍ତି। ଆସନ୍ତା ୫ବର୍ଷ ମଧ୍ୟରେ ଦିଲ୍ଲୀବାସୀଙ୍କୁ ୨୦ଲକ୍ଷ ଚାକିରି ଯୋଗାଇବାକୁ ସରକାରଙ୍କ ଲକ୍ଷ୍ୟ ବୋଲି ମନୀଷ କହିଛନ୍ତି। ଫଳରେ ରାଜ୍ୟରେ ଅନେକ ବେରୋଜଗାରିଆ ରୋଜଗାରକ୍ଷମ ହୋଇପାରିବେ। ତେବେ ସିସୋଡିଆଙ୍କ ଦ୍ୱାରା ଉପସ୍ଥାପନା କରାଯାଇଥିବା ଏହା ହେଉଛି ଅଷ୍ଟମ ବଜେଟ।