ନୂଆଦିଲ୍ଲୀ,୨୧।୩ : ମାର୍ଚ୍ଚ ୧୭ରୁ ଦିଲ୍ଲୀ ବିଧାନସଭାର ବଜେଟ ଅଧିବେଶନ ଚାଲିଛି। ଦିଲ୍ଲୀ କ୍ୟାବିନେଟ କିଛି ଦିନ ପୂର୍ବରୁ ବଜେଟ ତାରିଖ ବିଷୟରେ ନିଷ୍ପତ୍ତି ନେଇଥିଲା। ଦିଲ୍ଲୀ ସରକାର ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛନ୍ତି। କିନ୍ତୁ ବଜେଟ ଉପସ୍ଥାପନ କରିବାର ଗୋଟିଏ ଦିନ ପୂର୍ବରୁ ବଜେଟ ନେଇ ବିବାଦ ଦେଖାଦେଇଥିଲା।
ସର୍ବଶେଷ ସୂଚନା ଅନୁଯାୟୀ, ବାର୍ଷିକ ବଜେଟ ୨୦୨୩-୨୪ ଉପସ୍ଥାପନ କରିବାକୁ ଦିଲ୍ଲୀ ସରକାରଙ୍କ ଏହି ବଜେଟ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଅନୁମୋଦିତ ହୋଇଛି। ଏ ସମ୍ପର୍କରେ କେନ୍ଦ୍ର ସରକାର ଦିଲ୍ଲୀ ସରକାରଙ୍କୁ ସୂଚନା ଦେଇଛନ୍ତି।