ସତୀଶଙ୍କୁ ଦିଲ୍ଲୀ ବ୍ୟବସାୟୀ ହତ୍ୟା କରିଥିବା ଅଭିଯୋଗ

ନୂଆଦିଲ୍ଲୀ: ଖ୍ୟାତନାମା ବଲିଉଡ୍‌ ଅଭିନେତା ତଥା ଫିଲ୍ମ ନିର୍ଦ୍ଦେଶକ ସତୀଶ କୌଶିକଙ୍କୁ ଦିଲ୍ଲୀର ଜଣେ ବ୍ୟବସାୟୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଉକ୍ତ ବ୍ୟବସାୟୀଙ୍କ ସ୍ତ୍ରୀ ନିଜେ ଦିଲ୍ଲୀ ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ଏହି ଅଭିଯୋଗ କରିଛନ୍ତି। ଦୁବାଇରେ ନିବେଶ କରିବା ପାଇଁ ବ୍ୟବସାୟୀଜଣକ ସତୀଶଙ୍କଠାରୁ ୧୫ କୋଟି ଟଙ୍କା ନେଇଥିଲେ। ପରବର୍ତ୍ତୀ ସମୟରେ ସତୀଶ ଟଙ୍କା ଫେରସ୍ତ ମାଗିଥିଲେ। ତେବେ ବ୍ୟବସାୟୀ ଟଙ୍କା ଫେରାଇବାକୁ ଚାହୁଁ ନ ଥିବାବେଳେ ଔଷଧ ଦେଇ ସତୀଶଙ୍କୁ ହତ୍ୟା କରିଥିବା ମହିଳା ନିଜ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

ସତୀଶଙ୍କ ଦିଲ୍ଲୀସ୍ଥିତ ଫାର୍ମ ହାଉସ୍‌ରୁ ଆପତ୍ତିଜନକ ଔଷଧ ପ୍ୟାକେଟ୍‌ ପୋଲିସର ହସ୍ତଗତ ହୋଇଛି। ସତୀଶ ରହୁଥିବା ଫାର୍ମହାଉସ୍‌ର ପ୍ରକୃତ ମାଲିକ ତାଙ୍କ ବନ୍ଧୁ ବିକାଶ ମାଲୁ। ତେବେ ମିଳିଥିବା ଔଷଧ ପ୍ୟାକେଟ୍‌ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଅଣାଯାଇଥିଲା ସେ ଦିଗରେ ପୋଲିସ ତଦନ୍ତ ଚଳାଇଛି। ବୁଧବାର ରାତିରେ ସତୀଶ ନିଜ ଫାର୍ମ ହାଉସ୍‌ରେ ଶୋଇଥିବାବେଳେ ତାଙ୍କୁ ଶ୍ୱାସକ୍ରିୟା ଜନିତ ଅସୁବିଧା ଅନୁଭୂତ ହୋଇଥିଲା। ତାଙ୍କ ମ୍ୟାନେଜର ସତୀଶଙ୍କୁ ନିକଟସ୍ଥ ଡାକ୍ତରଖାନା ନେଇଥିବାବେଳେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଥିଲା।

Share