ନୂଆଦିଲ୍ଲୀ, ୨୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୪ର ଅବଶିଷ୍ଟାଂଶ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ ମାର୍ଶଙ୍କ ସ୍ଥାନରେ ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲ୍ବଦିନ ନାଇବଙ୍କୁ ଦଳରେ ସାମିଲ କରିଛି। ନାଇବ୍ ତାଙ୍କ ବେସ୍ ପ୍ରାଇସ୍ ୫୦ ଲକ୍ଷ ଟଙ୍କାରେ କ୍ୟାପିଟାଲ୍ସରେ ଯୋଗଦାନ କରିଛନ୍ତି। ହାମ୍ଷ୍ଟ୍ରିଙ୍ଗ ଇଞ୍ଜୁରି ପାଇଁ ମାର୍ଶ ଆଇପିଏଲ୍ରୁ ଓହରିଯାଇଛନ୍ତି। ମେଡିକାଲ ଚେକ୍ଅପ୍ ପାଇଁ ସେ ଏପ୍ରିଲ ୧୨ରେ ପର୍ଥ ଫେରିଯାଇଛନ୍ତି। ମାର୍ଶ ଏହି ଆଇପିଏଲ୍ରେ ମାତ୍ର ୪ଟି ମ୍ୟାଚ ଖେଳିଛନ୍ତି। ଉଭୟ ବ୍ୟାଟିଂ ଓ ବୋଲିଂରେ ତାଙ୍କ ପ୍ରଦର୍ଶନ ଭଲ ରହିନାହିଁ। ସେ ମାତ୍ର ୬୧ ରନ ସଂଗ୍ରହ କରିପାରିଥିବା ବେଳେ ଗୋଟିଏ ମାତ୍ର ଉଇକେଟ ଅକ୍ତିଆର କରିଛନ୍ତି। ନାଇବ୍ ଆଫଗାନିସ୍ତାନ ତରଫରୁ ୮୨ ଅନ୍ତର୍ଜାତୀୟ ଦିନିକିଆ ଖେଳିଥିବା ବେଳେ ୬୫ ଅନ୍ତର୍ଜାତୀୟ ଟି୨୦ ଖେଳିଛନ୍ତି। ଏହି ଡାହାଣ ହାତୀ ବ୍ୟାଟର ଓ ମିଡିୟମ ପେସର ପ୍ରଥମଥର ଆଇପିଏଲ୍ ଖେଳିବାକୁ ଯାଉଛନ୍ତି। କ୍ୟାପିଟାଲ୍ସ ଦଳ ୯ଟି ମ୍ୟାଚରୁ ୮ ପଏଣ୍ଟ ସହ ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନରେ ରହିଛି।
Posted inଖେଳ