Categories: ଖେଳ

ଇଂଲଣ୍ଡ ବ୍ୟାଟର ହ୍ୟାରି ବ୍ରୁକଙ୍କୁ ୪ କୋଟିରେ କିଣିଲା ଦିଲ୍ଲୀ କ୍ୟାପିଟାଲ୍ସ

ଦୁବାଇ,୧୯।୧୨: ଆଇପିଏଲ୍‌ ୨୦୨୪ ପାଇଁ ନିଲାମ ମଙ୍ଗଳବାର ଦୁବାଇରେ ଅନୁଷ୍ଠିତ ହୋଇଛି। ଇଂଲଣ୍ଡ ବ୍ୟାଟର ହ୍ୟାରି ବ୍ରୁକଙ୍କୁ ଆଇପିଏଲ୍‌ ନିଲାମରେ ଦିଲ୍ଲୀ କ୍ୟାପିଟାଲ୍ସ ୪ କୋଟି ଟଙ୍କାରେ କିଣିଛି। ଆଇପିଏଲ ନିଲାମର ପ୍ରଥମ ସେଟରେ ହ୍ୟାରିଙ୍କ ନାମ ଥିଲା । ଇଂଲଣ୍ଡର ଏହି ବିସ୍ଫୋରକ ବ୍ୟାଟରଙ୍କ ନାମ ଆସିବା ମାତ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଡ୍‌ ଲଗାଇଥିଲା। ଦିଲ୍ଲୀ ସହିତ ରାଜସ୍ଥାନ ରୟାଲ୍ସ ମଧ୍ୟ ଏହି ଖେଳାଳିଙ୍କ ଉପରେ ବିଡ୍‌ ଲଗାଇଥିଲା। ହେଲେ ଶେଷରେ ଦିଲ୍ଲୀ ହ୍ୟାରିଙ୍କୁ ୪ କୋଟି ଟଙ୍କା ଦେଇ ନିଜ ଦଳରେ ସାମିଲ କରିଛି।

ହ୍ୟାରି ଏ ପର୍ଯ୍ୟନ୍ତ କେବଳ ଗୋଟିଏ ଆଇପିଏଲ୍‌ ସିଜନ ଖେଳିଛନ୍ତି । ଗତ ବର୍ଷର ଆଇପିଏଲ ନିଲାମରେ, ସନରାଇଜର୍ସ ହାଇଦ୍ରାବାଦ ଦଳ ୧୩.୨୫ କୋଟି ଟଙ୍କାର ବିପୁଳ ପରିମାଣର ବିଡ୍‌ କରି ତାଙ୍କୁ ନିଜ ଦଳରେ ସାମିଲ କରିଥିଲା, କିନ୍ତୁ ହ୍ୟାରିଙ୍କର ଆଇପିଏଲ ୨୦୨୩ରେ ସେତେଟା ଭଲ ରେକର୍ଡ ହୋଇ ନ ଥିଲା।

Share