Categories: ଖେଳ

ମୋ ପାଖରେ କହିବାକୁ ଶବ୍ଦ ନାହିଁ: ଦିଲ୍ଲୀ ଅଧିନାୟକ

ଦୁବାଇ,୧୪।୧୦: ଆଇପିଏଲ୍‌-୨୦୨୦ରେ ରନର୍ସଅପ୍‌ ହୋଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ। ଚଳିତ ସିଜନ ସାରା ଚମତ୍କାର ଖେଳି ଆସିଥିଲେ ହେଁ ବୁଧବାର କ୍ୱାଲିଫାୟର-୨ରେ କୋଲକାତା ନାଇଟ୍‌ ରାଇଡର୍ସଠାରୁ ଦଳ ପରାସ୍ତ ହୋଇଥିଲା। ଫଳରେ ଦିଲ୍ଲୀର ଟାଇଟଲ ଜିତିବା ସ୍ବପ୍ନ ଅଧାରେ ରହିଯାଇଛି। ମ୍ୟାଚ୍‌ରେ ଏକ ସମୟ ଏପରି ଥିଲା ଯେତେବେଳେ ଦିଲ୍ଲୀ ଜିତିବା ଏକପ୍ରକାର ନିଶ୍ଚିତ ବୋଲି ଲାଗୁଥିଲା। ହେଲେ ତାହା ହୋଇ ନ ଥିଲା। ମ୍ୟାଚ୍‌ ପରେ ପରାଜୟକୁ ନେଇ ଦିଲ୍ଲୀ ଅଧିନାୟକ ଋଷଭ ପନ୍ତ ଭାବୁକ ନଜର ଆସିଥିଲେ। ପ୍ରତିକ୍ରିୟା ରଖି ପନ୍ତ କହିଥିଲେ, କହିବା ପାଇଁ ମୋ ପାଖରେ ଶବ୍ଦ ନାହିଁ। ଦିଲ୍ଲୀ ଅଧିନାୟକ ଭାବେ କହିବି ଶେଷ ପର୍ଯ୍ୟନ୍ତ ଆମେ ସଂଘର୍ଷ କରୁ। କେକେଆର୍‌ ପାଓ୍ବାର ପ୍ଲେ ପରେ ଭଲ ବୋଲିଂ କରିଥିଲା। ପୁରା ସିଜନ ଆମେ ଭଲ କ୍ରିକେଟ ଖେଳିଥିଲୁ। ବହୁତ କିଛି ଶିଖିବା ବାକି ଅଛି। ଆଶା ଆସନ୍ତା ବର୍ଷ ଆମେ ପୁଣି ଫେରିବୁ ଏବଂ ଭଲ ଖେଳିବୁ ବୋଲି ସେ କହିଥିଲେ।

Share