ଦିଲ୍ଲୀ ପାଖରେ ନାହାନ୍ତି ବିଦେଶୀ ଖେଳାଳି

ମୁମ୍ବାଇ,୨୭।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୫ତମ ସଂସ୍କରଣ ଆରମ୍ଭ ହେବାର ଗୋଟିଏ ଦିନ ପରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ବ୍ରାବୋର୍ନେ ଷ୍ଟାଡିୟମରେ ରବିବାର ଅପରାହ୍ନରେ ମୁମ୍ବାଇ ବିପକ୍ଷ ମ୍ୟାଚ୍‌ରେ ମାତ୍ର ୨ ବିଦେଶୀ ଖେଳାଳି(ଟିମ୍‌ ସେଫର୍ଟ ଓ ରବମାନ ପାଓ୍ବେଲ)ଙ୍କ ସହ ଓହ୍ଲାଇଛି ଦିଲ୍ଲୀ କ୍ୟାପିଟାଲ୍ସ। ଏପର୍ଯ୍ୟନ୍ତ ସମସ୍ତ ବିଦେଶୀ ଖେଳାଳି ଭାରତ ଆସି ନାହାନ୍ତି ଏବଂ କିଛି ଖେଳାଳି ଆହତ ଥିବାରୁ ଉପଲବ୍ଧ ହୋଇ ନ ଥିବାରୁ ଦିଲ୍ଳୀକୁ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି।

ତେବେ ଆଇପିଏଲରେ ଏଭଳି ଘଟଣା ପ୍ରଥମ ଥର ଦେଖିବାକୁ ମିଳିନାହିଁ। ୨୦୧୧ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ମ୍ୟାଚ୍‌ରେ ଦୁଇ ବିଦେଶୀ (ଜ୍ୟାକ୍ସ କାଲିସ ଏବଂ ଇଆନ ମୋର୍ଗାନ)ଙ୍କ ସହ ଓହ୍ଲାଇଥିଲା।

Share