ନୂଆଦିଲ୍ଲୀ,୨୦।୪: ଆଇପିଏଲ ଖେଳିବା ପାଇଁ ଏବେ ଟିମ୍ ଇଣ୍ଡିଆ ଖେଳାଳି ଈଶାନ୍ତ ଶର୍ମା ସମ୍ପୂର୍ଣ୍ଣ ଫିଟ୍। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ରେ ତାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ଖେଳିବାକୁ ସୁଯୋଗ ମିଳିପାରେ। ଗୋଇଠି ଜନିସ ସମସ୍ୟା କାରଣରୁ ସେ ଏପର୍ଯ୍ୟନ୍ତ ଚଳିତ ଆଇପିଏଲରେ ଗୋଟିଏ ହେଲେ ମ୍ୟାଚ୍ ଖେଳି ନାହାନ୍ତି। ଈଶାନ୍ତ ଦିଲ୍ଲୀ କ୍ୟାପିଟାଲ୍ସର ଗୁରୁତ୍ୱପୂର୍ଣ୍ଣ ଅଂଶ। ସେ ଫିଟ୍ ହେବା ଦଳୀୟ ବୋଲିଂ ବିଭାଗ ପାଇଁ ଖୁସି ଖବର ବୋଲି ଫ୍ରାଞ୍ଚାଇଜ ପକ୍ଷରୁ କୁହାଯାଇଛି।