Categories: ଖେଳ

ପନ୍ତଙ୍କୁ ସ୍ବତନ୍ତ୍ର ଢଙ୍ଗରେ ମନେପକାଇଲା ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍‌

ଲକ୍ଷ୍ନୌ,୨।୪: ଆଇପିଏଲ ୨୦୨୩ରେ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଥମ ମ୍ୟାଚ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ମଧ୍ୟରେ ହୋଇଥିଲା। ଏହି ସିଜିନଥରେ ଡେଭିଡ ୱାର୍ନର ଦିଲ୍ଲୀର ଅଧିନାୟକ ଅଛନ୍ତି। ଦଳର ନିୟମିତ ଅଧିନାୟକ ରିଷଭ ପନ୍ତ ଗତ ବର୍ଷ ଏକ କାର ଦୁର୍ଘଟଣାର ଶିକାର ହୋଇଥିଲେ। ଏହି କାରଣରୁ ୱାର୍ନରଙ୍କୁ ଦଳର ଅଧିନାୟକ କରାଯାଇଛି। ପନ୍ତ ଖେଳୁ ନ ଥିବା ମଧ୍ୟ ଦଳ ତାଙ୍କୁ ଖଶସ୍‌ ଅନ୍ଦାଜ୍‌ରେ ମନେ ପକାଇଥିଲା। ତାଙ୍କ ସମ୍ମାନରେ ତାଙ୍କ ୧୭ ନମ୍ବର ଜର୍ସି ଦଳର ଡଗଆଉଟ ଲଗାଯାଇଥିଲା। ଏହାର ଫଟୋ ଦିଲ୍ଲୀ କ୍ୟାପିଟାଲ୍ସ ଦ୍ୱାରା ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଶେୟାର କରାଯାଇଥିଲା। ଏହାର କ୍ୟାପ୍‌ଟନରେ ଲେଖାଯାଇଥିଲେ, ପନ୍ତ ସବୁବେଳେ ଦଳର ଡଗଆଉଟରେ ରହିବେ।
ଗତ ବର୍ଷ ଶେଷରେ ପନ୍ତ ଏକ କାର ଦୁର୍ଘଟଣାର ଶିକାର ହୋଇଥିଲେ। ସେ ଘରକୁ ଫେରିବାବେଳେ ତାଙ୍କ କାର୍‌ ଏକ ଡିଭାଇଡରକୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ କାରଟି ନିଆଁ ଲାଗିଯାଇଥିଲା। ପନ୍ତ କିନ୍ତୁ ସ୍ଥାନୀୟ ଲୋକଙ୍କ ସହାୟତାରେ କାର୍‌ ଭିତରୁ ବାହାରି ଆସିଥିଲେ। ଦୁର୍ଘଟଣା ପରେ ତାଙ୍କର ଅସ୍ତ୍ରୋପଚାର କରିବାକୁ ପଡିଥିଲା।

Share