ଉନ୍ମୋଚିତ ହେଲା ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ଜର୍ସି

ନୂଆଦିଲ୍ଲୀ, ୧୨ା୩- ମାର୍ଚ୍ଚ ୨୬ରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍‌ର ଆଗାମୀ ସଂସ୍କରଣ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଶନିବାର ଏହାର ନୂଆ ଜର୍ସି ଉନ୍ମୋଚନ କରିଛି। ମାର୍ଚ୍ଚ ୨୭ରେ ବ୍ରାବୋର୍ନ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳି ଏହାର ସିଜନ ଆରମ୍ଭ କରିବ। ଆଇପିଏଲ-୧୫ ମାର୍ଚ୍ଚ ୨୬ରୁ ମେ’ ୨୯ ଚାରୋଟି ଭେନ୍ୟୁ ଯଥା ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ ଓ ବ୍ରାବୋର୍ନ ଷ୍ଟାଡିୟମ, ନଭି ମୁମ୍ବାଇର ଡି ଓ୍ବାଇ ପାଟିଲ ଷ୍ଟାଡିୟମ ଏବଂ ପୁଣେସ୍ଥିତ ଏମ୍‌ସିଏ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳାଯିବ।

Share