Categories: ଖେଳ

ପଞ୍ଜାବକୁ ହରାଇଲା ଦିଲ୍ଲୀ

ଧର୍ମଶାଳା,୧୭।୫: ଧର୍ମଶାଳା ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ଆଇପିଏଲର ୬୪ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ୧୫ ରନ୍‌ରେ ବିଜୟୀ ହୋଇଛି। ପଞ୍ଜାବର ଲିଆମ ଲିଭିଂଷ୍ଟୋନଙ୍କ ଲଢ଼ୁଆ ବ୍ୟାଟିଂ ସତ୍ତ୍ୱେ ପଞ୍ଜାବ ୨୦ ଓଭରରେ ୮ ଉଇକେଟ ହରାଇ ୧୯୮ ରନ୍‌ କରି ପରାଜିତ ହୋଇଛି। ଫଳରେ ପଞ୍ଜାବର ପ୍ଲେ ଅଫ୍‌ ଆଶା ମଉଳିଯାଇଛି। ପଞ୍ଜାବ ୧୩ ମ୍ୟାଚରୁ ୧୨ ପଏଣ୍ଟ ପାଇ ଟେବୁଲର ୮ ନମ୍ବର ସ୍ଥାନରେ ରହିଛି।

୨୧୪ ରନ୍‌ର ପିଛା କରି ପଞ୍ଜାବ ଆରମ୍ଭରୁ ଧୀମା ଖେଳିଥିଲା। ପ୍ରଥମ ଓଭର ମେଡେନ୍‌ ରହିଥିବା ବେଳେ ଦ୍ୱିତୀୟ ଓଭରରେ ଖାତା ଖୋଲିବା ପୂର୍ବରୁ ଶିଖର ଧାଓ୍ବନ ଆଉଟ୍‌ ହୋଇଯାଇଥିଲେ। ପ୍ରଭସିମରନ୍‌ ୨୨ ରନ୍‌ କରିଥିବା ବେଳେ ଅଥର୍ବ ତାଇଡେ ୫୫ ରନ୍‌ କରିଥିଲେ। ଏପରିକି ଲିଆମ୍‌ ଲିଭିଙ୍ଗଷ୍ଟୋନ୍‌ ୪୮ ବଲ ଖେଳି ୫ ଚୌକା ଓ ୯ ଛକା ସହାୟତାରେ ୯୪ ରନ୍‌ କରିଥିଲେ। ହେଲେ ମ୍ୟାଚ୍‌ ଜିତାଇ ପାରି ନ ଥିଲେ।

Share