Posted inଖେଳ

ହାଇଦ୍ରାବାଦକୁ ହରାଇ ଦିଲ୍ଲୀର ଦ୍ୱିତୀୟ ବିଜୟ

ହାଇଦ୍ରାବାଦ,୨୫ା୪: ଆଇପିଏଲର ୩୪ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୭ ରନରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ଅକ୍ଷର ପଟେଲଙ୍କ ଅଲରାଉଣ୍ଡ ପ୍ରଦର୍ଶନ(୩୪ ରନ୍‌ ଓ ୨ ଉଇକେଟ) ବଳରେ ଚଳିତ ସିଜନର ଦ୍ୱିତୀୟ ବିଜୟ ହାସଲ କରିଛି ଦିଲ୍ଲୀ। ପ୍ରଥମେ ବ୍ୟାଟିଂ କରି କ୍ୟାପିଟାଲ୍ସ ୯ ଉଇକେଟ ହରାଇ ୧୪୪ ରନ୍‌ କରଥିବା ବେଳେ ସନରାଇଜର୍ସ ୨୦ ଓଭରରେ ୬ ଉଇକେଟ ହରାଇ ୧୩୭ ରନ୍‌ କରିଥିଲା। ଅନ୍ତିମ ଓଭରରେ ବିଜୟ ପାଇଁ ୧୩ ରନ୍‌ ଆବଶ୍ୟକ ଥିବା ବେଳେ ସନରାଇଜର୍ସ ମାତ୍ର ୫ ରନ୍‌ କରିବାରେ ସକ୍ଷମ ହୋଇଥିଲା। ଟସ୍‌ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ ନେଇଥିଲା। ଫିଲ୍‌ ସଲ୍ଟ ଓ ଡେଭିଡ୍‌ ଓ୍ବାର୍ନର ଇନିଂସ ଓପନ କରିଥିଲେ। ସଲ୍ଟ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ। ଡେଭିଡ ଓ୍ବାର୍ନର (୨୧) ଓ ମିଚେଲ ମାର୍ଶ(୨୫ ରନ୍‌)ଙ୍କ ମଧ୍ୟରେ ୩୮ ରନ୍‌ର ଭାଗୀଦାରି ହୋଇଥିଲା। ୬୨ ରନ୍‌ରେ ଦଳ ୫ ଉଇକେଟ ହରାଇଥିବା ବେଳେ ଟପ୍‌ ସ୍କୋରର ରହିଥିବା ମନୀଷ ପାଣ୍ଡେ ଓ ଅକ୍ଷର ପଟେଲ ୬୯ ରନ୍‌ ଯୋଡିଥିଲେ। ଉଭୟ ଖେଳାଳି ୩୪ ରନ୍‌ ଲେଖାଏ ସ୍କୋର କରିଥିଲେ। ଉଭୟ ଖେଳାଳି ମାତ୍ର ୩ ବଲ୍‌ ବ୍ୟବଧାନରେ ଆଉଟ ହେବା ସହ କ୍ୟାପିଟାଲ୍ସର ସ୍କୋରିଂ ହାର ଧୀମେଇ ଯାଇଥିଲା। ଦଳର ୩ ଜଣ ବ୍ୟାଟର ରନ୍‌ ଆଉଟ ହୋଇଥିଲେ। ଓ୍ବାଶିଂଟନ୍‌ ସୁନ୍ଦର ସର୍ବାଧିକ ୩ ଉଇକେଟ ନେଇଥିବା ବେଳେ ଭୁବନେଶ୍ୱର ୨ ଓ ଟି ନଟରାଜନ ଗୋଟିଏ ଉଇକେଟ ନେଇଥିଲେ।
୧୪୫ ରନ୍‌ ଲକ୍ଷ୍ୟର ପିଛା କରୁଥିବା ହାଇଦ୍ରାବାଦ ପକ୍ଷରୁ ଓପନର ମୟଙ୍କ ଅଗ୍ରଓ୍ବାଲ ସର୍ବାଧିକ ୪୯ ରନ୍‌ କରିଥିଲେ। ଏକଦା ୬୯/୧ ରହିଥିବା ହାଇଦ୍ରାବାଦ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ୮୫ ରନ୍‌ରେ ୫ ଉଇକେଟ ହରାଇଥିଲା। ତେବେ ହେନରିଚ୍‌ କ୍ଲାସେନ୍‌ (୩୧) ଓ ଓ୍ବାଶିଂଟନ୍‌ ସୁନ୍ଦର ଅପରାଜିତ ୨୪ ରନ୍‌ କରିବା ସହ ଷଷ୍ଠ ଉଇକେଟରେ ୪୧ ରନ୍‌ ଯୋଡି ବିଜୟ ଆଶ ସଞ୍ଚାର କରିଥିଲେ। ତେବେ ୧୯ ତମ ଓଭରରେ ବଡ ଶଟ୍‌ ଖେଳିବାକୁ ଯାଇ କ୍ଲାସେନ୍‌ ଆଉଟ ହେବା ପରେ ହାଇଦ୍ରାବାଦ ଜିତି ପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri