Categories: ଜାତୀୟ

ଆଇଟିବିପି ଅଧିକାରୀଙ୍କ ପୁଅ କନଷ୍ଟେବଳଙ୍କ ଆଖିକୁ ଚଳାଇଲେ ଗୁଳି

ନୂଆଦିଲ୍ଲୀ,୨୨।୬: ଇଣ୍ଡୋ ତିବ୍ଦତୀୟ ସୀମା ସୁରକ୍ଷା ବଳ(ଆଇଟିବିପି) ଅଧିକାରୀଙ୍କ ପୁଅ ଦିଲ୍ଲୀର ଛୱଲା କ୍ୟାମ୍ପରେ ଜଣେ କନଷ୍ଟେବଳ ଆଖିକୁ ଗୁଳି ଚଳାଇଛନ୍ତି। ଗୁଳି ବାଜି କନଷ୍ଟେବଳଙ୍କ ଘଟଣାସ୍ଥଳରେ ମତ୍ୟୁ ହୋଇଛି॥ ମୃତକଙ୍କ ନାମ କୁକ ଭୋପ ସିଂ ଓରଫ ଭୁପେନ୍ଦ୍ର ସିଂ ବୋଲି ଜଣାପଡିଛି।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ରୁମର କବାଟ ବନ୍ଦ ହୋଇଥିବାର ଦେଖିବାକୁ ପାଇଥିଲା। ରୁମ୍‌ ଖୋଲିବା ପରେ କନଷ୍ଟେବଳଙ୍କୁ ରକ୍ତରେ ଭିଜି ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ତାଙ୍କ ବାମ ଆଖିରେ ଗୁଳି ବାଜିଥିଲା। ଆମ୍ବୁଲାନ୍ସ କର୍ମଚାରୀମାନେ ଯବାନଙ୍କୁ ଘଟଣାସ୍ଥଳରେ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ବ୍ୟବହୃତ ପିସ୍ତଲକୁ ପୋଲିସ ଜବତ କରିଛି। ନିଜ ପିତାଙ୍କ ଲାଇସେନ୍ସପ୍ରାପ୍ତ ପିସ୍ତଲକୁ ସେ ଏହି ହତ୍ୟାକାଣ୍ଡରେ ବ୍ୟବହାର କରିଥିଲେ।

Share