Categories: ଜାତୀୟ

କୃଷକ ନେତାଙ୍କ ସହ କଥା ହେବେ କେଜରିୱାଲ

ନୂଆଦିଲ୍ଲୀ,୨୦ ।୨: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ଫେରାଇ ନେବାକୁ ଦାବି କରି ପଞ୍ଜାବ ଓ ହରିୟାଣାର କୃଷକମାନେ ଦିଲ୍ଲୀର ସିନ୍ଧୁ ବର୍ଡରରେ ଧାରଣାରେ ବସିଛନ୍ତି । ଶନିବାର ଏହି ଧାରଣା ୮୭ ଦିନ ପୂରଣ କରିଥିଲେ ବି ଏହାର କୌଣସି ସମାଧାନର ବାଟ ଦେଖାଯାଉ ନାହିଁ । ଇତିମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ(ଏଏପି) ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ ରବିବାର କୃଷକ ନେତାଙ୍କ ସହ ଏ ନେଇ କଥା ହେବେ ବୋଲି ଜଣାପଡିଛି । କୃଷକ ସଙ୍ଗଠନର ବଡ ବଡ ନେତା ଦିଲ୍ଲୀ ବିଧାନସଭାରେ ଲଞ୍ଚ କରିବା ସହ ଏଏପିର କେତେଜଣ ନେତା ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ନେଇ ଖୋଲା ଖୋଲି କଥା ହେବେ । ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ କେଜରିୱାଲ ଆରମ୍ଭରୁ ବିରୋଧ କରି ଆସୁଛନ୍ତି ।

Share