Categories: ଜାତୀୟ

ଦିଲ୍ଲୀ ଏନ୍‌ସିଆର୍‌ବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ହେଲେ ଗୋଟିଏ ଦିନ ପରେ ପୁଣି ବଢିବ ପ୍ରଦୂଷଣ ମାତ୍ରା

ନୂଆଦିଲ୍ଲୀ,୨ ।୧୧: ଶୀତଦିନ ଆରମ୍ଭରୁ ଅସ୍ତ୍ୟବସ୍ତ ହୋଇ ପଡିଲେଣି ଦିଲ୍ଲୀବାସୀ । ସେଠାରେ ବେଳକୁ ବେଳ ବାୟୁ ପ୍ରଦୂଷଣ ସ୍ତର ବଢି ଚାଲିଥିବା ବେଳେ ସୋମବାର ଦିଲ୍ଲୀ ଏନ୍‌ସିଆର୍‌ରେ ଏହାର ମାତ୍ରା ସାମାନ୍ୟ କମ୍ ଥିବା ଜଣାପଡିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସୂଚନା ମୁତାବକ ସୋମବାର ଦିଲ୍ଲୀ ଏନ୍‌ସିଆର୍‌ରେ ଏୟାର କ୍ୱାଲିଟି ଇଣ୍ଡେକ୍ସରେ ସାମନ୍ୟ ପରିବର୍ତ୍ତନ ହୋଇଛି । ହେଲେ ମଙ୍ଗଳବାର ଏହା ପୁଣିଥରେ ବଢିଯାଇପାରେ ବୋଲି ଅନୁମାନ କରାଯାଇଛି । ବାୟୁ ପ୍ରନଦୂଷଣକୁ ଦେଖି ବିଶେଷ ଭାବେ ବରିଷ୍ଠ ନାଗରିକ, ଶ୍ୱାସ ରୋଗୀ ଓ ଛୋଟ ପିଲାମାନଙ୍କୁ ଆବଶ୍ୟକ ନ ଥିଲେ ଘରୁ ନ ବାହାରିବାକୁ କୁହାଯାଇଛି । ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ କୃଷକମାନେ ନଡା ଜାଳିବାରୁ ରାଜଧାନୀରେ ପ୍ରଦୂଷଣ ବୃଦ୍ଧି ପାଉଛି ବୋଲି କୁହାଯାଉଛି । ସେଠାକାର ଅଧିକାଂଶ ସ୍ଥାନରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୩୫୦ରୁ ଅଧିକ ରହୁଥିବାରୁ ଏହା ଖୁବ୍ ଖରାପ ସ୍ଥିତି ବୋଲି କୁହାଯାଉଛି । ଗୋଟିଏ ପଟେ କରୋନା ମହାମାରୀ ଓ ଅନ୍ୟପଟେ ବାୟୁ ପ୍ରଦୂଷଣ ଯୋଗୁ ଅସ୍ତବ୍ୟସ୍ତ ହୋଇ ପଡିଲେଣି ଦିଲ୍ଲୀ ବାସିନ୍ଦା ।

Share