Categories: ଜାତୀୟ

ଯିଏ କୃଷକଙ୍କ ସମର୍ଥକ ନୁହେଁ, ସେ ଦେଶଭକ୍ତ ହୋଇପାରିବେ ନାହିଁ: କେଜ୍‌ରିୱାଲ

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ପୁଣି କୃଷକଙ୍କ ସମର୍ଥନରେ ମତ ଦେଇଛନ୍ତି। ସେ କହିଛନ୍ତି ଯେ, ଯିଏ କୃଷକଙ୍କ ସମର୍ଥକ ନୁହଁନ୍ତି, ସେ ଦେଶପ୍ରେମୀ ନୁହଁନ୍ତି। ଏହିପରି ଲୋକମାନେ ଦେଶକୁ ଖାଲି କରିଦେଇଛନ୍ତି ବୋଲି କେଜ୍‌ରିଓ୍ବାଲ୍‌ କହିଛନ୍ତି। ହରିୟାଣାର ଜିନ୍ଦଠାରେ ଆୟୋଜିତ ଆମ ଆଦମୀ ପାର୍ଟିର କିସାନ ମହାପଞ୍ଚାୟତକୁ ସମ୍ବୋଧିତ କରି ଅରବିନ୍ଦ କେଜ୍‌ରିୱାଲ କହିଛନ୍ତି, ଚାଷୀଙ୍କ ଚାହିଦା ପୂରଣ କରିବା ପାଇଁ ବଳିଦାନ ଦେବାକୁ ପ୍ରସ୍ତୁତ। କେନ୍ଦ୍ର ସରକାର ଦିଲ୍ଲୀର ଷ୍ଟାଡିୟମକୁ କାରାଗାରରେ ପରିଣତ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଏହାର ଶକ୍ତି ଦିଲ୍ଲୀ ସରକାରଙ୍କ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଥିଲା। ସେ ଏପରି କରିବାକୁ ମନା କରିଦେଇଥିଲେ। ଏହି କାରଣରୁ କେନ୍ଦ୍ର ସରକାର ଏବେ ତାଙ୍କଠାରୁ ସମସ୍ତ କ୍ଷମତା ଛଡ଼ାଇବାକୁ ଚେଷ୍ଟା କରିଛନ୍ତି। ଗଣତନ୍ତ୍ର ଉପରେ ଏହା ଏକ ଖରାପ ଦାଗ।
କେଜ୍‌ରିୱାଲ କହିଛନ୍ତି ଯେ ସେ କୌଣସି ଦଣ୍ଡ କିମ୍ବା ବଳିଦାନର ସମ୍ମୁଖୀନ ହେବାକୁ ପ୍ରସ୍ତୁତ କିନ୍ତୁ କୃଷକମାନେ ସେମାନଙ୍କର ଅଧିକାର ପାଇବା ଉଚିତ୍‌। ସମସ୍ତ ତିନୋଟି କୃଷି ନିୟମକୁ ରଦ୍ଦ କରାଯିବା ଉଚିତ ଏବଂ ଏମ୍‌ଏସ୍‌ପି ନିଶ୍ଚିତ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।

Share