Categories: ଜାତୀୟ

ରାଜସ୍ଥାନରୁ ଦୂରେଇ ରହୁଛନ୍ତି କେଜରିଓ୍ବାଲ, ପ୍ରଚାର ପାଇଁ ଆଉ ୫ଦିନ ବାକି

ଜୟପୁର,୧୮।୧୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ରାଜସ୍ଥାନ ନିର୍ବାଚନ ପ୍ରଚାର ଠାରୁ ନିଜକୁ ଦୂରେଇ ରଖୁଛନ୍ତି। ଯେତେବେଳେ କି ରାଜ୍ୟରେ ମତଦାନ ପାଇଁ ଆଉ ୭ଦିନ ବାକି ଅଛି। ରାଜ୍ୟରେ ନଭେମ୍ବର ୨୫ରେ ଭୋଟିଂ ହେବାକୁ ଯାଉଛି। ଆମ ଆଦମୀ ପାର୍ଟିର(ଏଏପି) ବଡ ବଡ ନେତା ମଧ୍ୟ ରାଜସ୍ଥାନର ନିର୍ବାଚନୀ ମାହୋଲ ଠାରୁ ଦୂରତା ବଜାୟ ରଖୁଛନ୍ତି। ନିର୍ବାଚନୀ ବିଗୁଲ ବାଜିବା ପୂର୍ବରୁ ସେପ୍ଟେମ୍ବରରେ ଜୟପୁରରେ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଥିଲେ କେଜରିଓ୍ବାଲ। ଏହାପରେ ସେ ରାଜସ୍ଥାନରୁ ଦୂରେଇ ରହୁଛନ୍ତି। ଏଏପି ପ୍ରାୟ ୨୦୦ ବିଧାନସଭା ସିଟରୁ ପ୍ରାର୍ଥୀ ଛିଡା କରିବାକୁ ଯାଉଛି। କିନ୍ତୁ ପାର୍ଟିରେ ହେଭିଓ୍ବେଟ ନେତା ପ୍ରଚାର ମଇଦାନକୁ ଓହ୍ଲାଉ ନ ଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ସିଏମ ଅଶୋକ ଗେହଲଟ ଏଏପି ସମର୍ଥକ ପପୁ କୁରେଶୋଙ୍କୁ କଂଗ୍ରେସ ପ୍ରାର୍ଥୀଙ୍କ ସମର୍ଥନ ପାଇଁ ବାଛିଛନ୍ତି। ସେ ଏବେ କଂଗ୍ରେସ ପକ୍ଷ ପାଇଁ ପ୍ରଚାର କରୁଛନ୍ତି।

ରାଜନୈତିକ ବିଶେଷଜ୍ଞ ଏହାକୁ ନେଇ ବିଭିନ୍ନ ପ୍ରକାର ଅନୁମାନ ଲଗାଉଛନ୍ତି। ସେମାନଙ୍କ ମତରେ କେଜରିଓ୍ବାଲ ଏବେ ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଫସିଛନ୍ତି। ଏଏପିର ଗୋଟିକ ପରେ ଗୋଟିଏ ବଡ ନେତା ଜେଲ ଯାଉଛନ୍ତି। ଏହି ମାମଲାକୁ ନେଇ ସେ ଦିଲ୍ଲୀ ଛାଡି ବାହାରକୁ ଯାଇପାରୁ ନାହାନ୍ତି। କିନ୍ତୁ ଅନ୍ୟ ବଡ ନେତାମାନେ ରାଜସ୍ଥାନ ଠାରୁ ଦୂରେଇ ରହୁଛନ୍ତି ଯାହାକୁ ନେଇ ବିଭିନ୍ନ ପ୍ରକାର କଳ୍ପନା ଜଳ୍ପନା ଲାଗି ରହିଛି।
ଅକ୍ଟୋବର ୯ରେ ରାଜସ୍ଥାନ ସମେତ ୫ରାଜ୍ୟରେ ନିର୍ବାଚନୀ ବିଗୁଲ ବାଜିବାର ଗୋଟିଏ ମାସ ପରେ ବି କେଜଲିଓ୍ବାଲ ଏବେ ଯାଏଁ ପ୍ରଚାର ମଇଦାନକୁ ଓହ୍ଲାଇ ନାହାନ୍ତି। ରାଜ୍ୟରେ ମତଦାନ ୨୫ ନଭେମ୍ବର ହେବାକୁ ଥିବାବେଳେ ନିର୍ବାଚନ ପ୍ରଚାର ୪୮ଘଣ୍ଟା ପୂବରୁ ବନ୍ଦ ହୋଇଯିବ। ଏବେ ସବୁ ରାଜନୈତିକ ଦଳ ପାଖରେ ଆଉ ୫ଦିନ ପାଇଁ ସମୟ ବାକି ରହିଛି।

Share