ନୂଆଦିଲ୍ଲୀ,୧୮।୮: ଦିଲ୍ଲୀ ବିଧାନସଭାରେ ତିନି ଦିନିଆ ଅଧିବେଶନ ଆୟୋଜିତ ହୋଇଛି। ଅଧିବେଶନର ତୃତୀୟ ଦିନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗୃହକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ଦାବି କରିଛନ୍ତି ଯେ ସେ ଦିଲ୍ଲୀର ଅଧିକାର ଫେରାଇ ଆଣିବେ। ଦିଲ୍ଲୀ ସେବା ବିଲ ସମ୍ପର୍କରେ ଭାଜପାକୁ ଟାର୍ଗେଟ କରି କେଜରିଓ୍ବାଲ ଏହା କହିଛନ୍ତି। ଏହା ସହିତ ସେ କହିଥିଲେ ଯେ ବିଶ୍ୱରେ କୌଣସି ଏମିତି ପୁଅ ଜନ୍ମ ହୋଇ ନାହାଁନ୍ତି ଯିଏ ଅରବିନ୍ଦ କେଜରିୱାଲଙ୍କୁ ନୁଆଇଁ ଦେବ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ରରେ ଥିବା ଭାଜପା ସରକାର ଏକ ଆଇନ ପ୍ରଣୟନ କରି ଦିଲ୍ଲୀର ଲୋକଙ୍କ ଅଧିକାର ଛଡ଼ାଇ ନେଇଛନ୍ତି, କିନ୍ତୁ ମୁଁ ଦିଲ୍ଲୀର ଲୋକଙ୍କୁ ନିଶ୍ଚିତ କରୁଛି ଯେ ମୁଁ ଆପଣଙ୍କ ଅଧିକାର ଫେରାଇ ଆଣିବି, ଆମେ କୌଣସି ବି ପରିସ୍ଥିତିରେ ଦିଲ୍ଲୀର କାମ ବନ୍ଦ କରିବାକୁ ଦେବୁ ନାହିଁ।