ନୂଆଦିଲ୍ଲୀ,୨୬।୧: ଉପରାଜ୍ୟପାଳ ବିନୟ ସାକ୍ସେନା ବୈଠକ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନିମନ୍ତ୍ରଣ କରିଛନ୍ତି। ଉପରାଜ୍ୟପାଳଙ୍କ ନିମନ୍ତ୍ରଣର ଉତ୍ତର ରଖିବାକୁ ଯାଇ କେଜ୍ରିଓ୍ବାଲ କହିଛନ୍ତି, ଶୁକ୍ରବାର ସେ ପଞ୍ଜାବ ଯାଉଛନ୍ତି। ତେଣୁ ସେ ଏଲ୍ଜିଙ୍କୁ ବୈଠକ ସମୟ ବଦଳାଇବାକୁ ଅନୁରୋଧ କରିଛନ୍ତି। ଗୁରୁବାର ଆସିଥିବା ମୁଖ୍ୟମନ୍ତ୍ରୀ କେଜ୍ରିିୱାଲଙ୍କ ବୟାନ ଅନୁଯାୟୀ, ସେ ଉପରାଜ୍ୟପାଳଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ଶୁକ୍ରବାର ସେ ପଞ୍ଜାବ ଯାଉଛନ୍ତି ବୋଲି କହିଛନ୍ତି। ତେଣୁ ବୈଠକ ପାଇଁ ଆଉ ଏକ ସମୟ ଦେବାକୁ କେଜ୍ରିଓ୍ବାଲ ଉପରାଜ୍ୟପାଳ ବିନୟଙ୍କୁ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀ ଉପରାଜ୍ୟପାଳ ବିନୟ ସାକ୍ସେନା ଶୁକ୍ରବାର ସନ୍ଧ୍ୟାରେ ରାଜଭବନରେ ଏକ ବୈଠକ ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ତାଙ୍କ ମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟିର ୧୦ ଜଣ ବିଧାୟକଙ୍କୁ ନିମନ୍ତ୍ରଣ କରିଥିଲେ।