Categories: ଜାତୀୟ

ଇଚ୍ଛୁକଙ୍କୁ ମିଳିବ ବିଦ୍ୟୁତ୍‌ରେ ସବ୍‌ସିଡି

ନୂଆଦିଲ୍ଲୀ, ୫ା୫: ଦିଲ୍ଲୀ ସରକାର ବିଦ୍ୟୁତ୍‌ ଉପଭୋକ୍ତାଙ୍କ ନିମନ୍ତେ ସବ୍‌ସିଡି ପ୍ରଦାନ ନିମନ୍ତେ ଏକ ଯୋଜନା ଆଣିଛନ୍ତି। ଏହି ସ୍କିମ୍‌ରେ ଅନ୍ତର୍ଭୂକ୍ତ ହେବାକୁ ଚାହୁଁଥିବା ଲୋକଙ୍କୁ ଆସନ୍ତା ଅକ୍ଟୋବର ୧ରୁ ବିଦ୍ୟୁତ୍‌ ସବ୍‌ସିଡି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଗୁରୁବାର ଘୋଷଣା କରିଛନ୍ତି। ଏବେ ଦିଲ୍ଲୀ ଉପଭୋକ୍ତା ମାସକୁ ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର ବାବଦ ବିଲ୍‌ ପଇଠ କରୁ ନ ଥିବାବେଳେ ୨୦୧ରୁ ୪୦୦ ୟୁନିଟ୍‌ କଲେ ୮୦୦ ଟଙ୍କା ଛାଡ଼ ପାଉଛନ୍ତି। ଏହି ସ୍କିମ୍‌ରେ ସବ୍‌ସିଡି ଚାହୁଁଥିବା ଲୋକଙ୍କୁ ହିଁ ଏଣିକି ସୁବିଧା ମିଳିବ ବୋଲି କେଜ୍‌ରିଓ୍ବାଲ କହିଛନ୍ତି।

Share